ମ୍ୟୁନିସିପାଲଟି ଅଧ୍ୟକ୍ଷ ତାଲିକା; ୫୪ ଆସନରେ ମହିଳା ଅଧ୍ୟକ୍ଷ, ୪୨ ଆସନ ଅଣସଂରକ୍ଷିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଛି ମ୍ୟୁନିସିପାଲଟି ଅଧ୍ୟକ୍ଷ ତାଲିକା । ରାଜ୍ୟର ୧୦୭ ଟି ଏନଏସି ଏବଂ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦବୀର ତାଲିକା ନଗର ଉନ୍ନୟନ ବିଭାଗ ପ୍ରକାଶ କରିଛି । ଏଥିରେ ୪୦ ଟି ଆସନରେ ସାଧାରଣ ବର୍ଗ ମହିଳା, ୯ ଆସନରେ ଅନୁସୂଚିତ ଜାତି ଏବଂ ୫ ଆସନ ଅନୁସୂଚିତ ଜନଜାତି ବର୍ଗ ମହିଳା ଏହିଭଳି ମୋଟ ୫୪ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ସେପଟେ ୪୨ ଆସନ ଅଣସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତିଙ୍କ ପାଇଁ ୮ ଟି ଆସନ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୩ ଟି ଆସନ ସଂରକ୍ଷିତ ରହିଛି । ଏହା ସହ ଯଦି କିଛି ଏଥିରେ ଆପତ୍ତି ଅଛି ତାହାଲେ ଅଭିଯୋଗ କିମ୍ବା ପରାମର୍ଶ ୧୫ ଦିନ ମଧ୍ୟରେ ଦେବାକୁ କୁହାଯାଇଛି ।
ସଂରକ୍ଷଣ ତାଲିକା
ଏସସି(ମହିଳା): ଚନ୍ଦବାଲି(ଏନଏସି), ବିଜେପୁର(ଏନଏସି), ରେମୁଣା(ଏନଏସି), ଦଶପଲ୍ଲା(ଏନଏସି), ପାରଳାଖେମୁଣ୍ଡି(ମ୍ୟୁନିସିପାଲିଟି), ପଦ୍ମପୁର(ଏନଏସି), ନୀଳଗିରି(ଏନଏସି), ତରଭା(ଏନଏସି), ପୋଲସରା(ଏନଏସି)
ଏସସି: କୋରାପୁଟ(ମ୍ୟୁନିସିପାଲିଟି), କବିସୂର‌୍ୟ୍ୟନଗର(ଏନଏସି), ସୋରୋ(ମ୍ୟୁନିସିପାଲିଟି), ଖଲ୍ଲିକୋଟ(ଏନଏସି), ଝାରସୁଗୁଡ଼ା(ମ୍ୟୁନିସିପାଲିଟି), ବେଲଗୁଣ୍ଠା(ଏନଏସି), ଜଟଣୀ(ମ୍ୟୁନିସିପାଲିଟି), ନବରଙ୍ଗପୁର(ମ୍ୟୁନିସିପାଲିଟି)
ଏସଟି(ମହିଳା): ବ୍ରଜରାଜନଗର(ମ୍ୟୁନିସିପାଲିଟି), ଉମରକୋଟ(ମ୍ୟୁନିସିପାଲିଟି), ଗୁଡ଼ାରି(ଏନଏସି), ଆନନ୍ଦପୁର(ମ୍ୟୁନିସିପାଲିଟି), ବ୍ୟାସନଗର(ମ୍ୟୁନିସିପାଲିଟି)

ଏସଟି: ବାଲିଗୁଡ଼ା(ଏନଏସି), ପାଟଣାଗଡ଼(ଏନଏସି), ବିନିକା(ଏନଏସି)
ମହିଳା: ଜି.ଉଦୟଗିରି(ଏନଏସି), କାଶୀନଗର(ଏନଏସି), କରଞ୍ଜିଆ(ଏନଏସି), ଗୁଣୁପୁର(ମ୍ୟୁନିସିପାଲିଟି), ଖଡ଼ିଆଳ ରୋଡ୍(ଏନଏସି), ବାସୁଦେବପୁର(ମ୍ୟୁନିସିପାଲିଟି), ଛତ୍ରପୁର(ଏନଏସି), ରମ୍ଭା(ଏନଏସି), ସୁନ୍ଦରଗଡ଼(ମୁନିସିପାଲିଟି), ଉଦଳା(ଏନଏସି), ଚିକିଟି(ଏନଏସି), ବାଲେଶ୍ୱର(ମ୍ୟୁନିସିପାଲିଟି), ଟିଟିଲାଗଡ଼(ମ୍ୟୁନିସିପାଲିଟି), ଜଗତସିଂହପୁର(ମ୍ୟୁନିସିପାଲିଟି), ଭଦ୍ରକ(ମ୍ୟୁନିସିପାଲିଟି), ଯାଜପୁର(ମ୍ୟୁନିସିପାଲିଟି), ଧାମନଗର(ଏନଏସି), ବରଗଡ଼(ମ୍ୟୁନିସିପାଲିଟି), ପୁରୁଷୋତ୍ତମପୁର(ଏନଏସି), ନିମାପଡ଼ା(ଏନଏସି), ଭବାନୀପାଟଣା(ମ୍ୟୁନିସିପାଲିଟି), ବଲାଙ୍ଗୀର(ମ୍ୟୁନିସିପାଲିଟି), କେନ୍ଦ୍ରାପଡ଼ା(ମ୍ୟୁନିସିପାଲିଟି), ସୋନପୁର(ମ୍ୟୁନିସିପାଲିଟି), କୋଣାର୍କ(ଏନଏସି), ଆଠଗଡ଼(ଏନଏସି ), ଦେବଗଡ଼(ମ୍ୟୁନିସିପାଲିଟି), ରଣପୁର(ଏନଏସି), ନୟାଗଡ଼(ମ୍ୟୁନିସିପାଲିଟି), ଗଞ୍ଜାମ(ଏନଏସି), ଢ଼େଙ୍କାନାଳ(ମ୍ୟୁନିସିପାଲିଟି), ଫୁଲବାଣୀ(ମ୍ୟୁନିସିପାଲିଟି), ଖୋର୍ଦ୍ଧା(ମ୍ୟୁନିସିପାଲିଟି), ବାଲୁଗାଁ(ଏନଏସି), ପୁରୀ(ମ୍ୟୁନିସିପାଲିଟି), କେଉଁଝରଗଡ଼(ମ୍ୟୁନିସିପାଲିଟି), ଖଣ୍ଡପଡ଼ା(ଏନଏସି), ଚୌଦ୍ୱାର(ମ୍ୟୁନିସିପାଲିଟି), ଆଠମଲ୍ଲିକ(ଏନଏସି), ବାଙ୍କୀ(ଏନଏସି)

ଅଣସଂରକ୍ଷିତ: କୋଟପାଡ଼(ଏନଏସି), ରାଇରଙ୍ଗପୁର(ମ୍ୟୁନିସିପାଲିଟି), ଜୁନାଗଡ଼(ଏନଏସି), ଗୋପାଳପୁର(ଏନଏସି), ଜୟପୁର(ମ୍ୟୁନିସିପାଲିଟି), କୁଚିଣ୍ଡା(ଏନଏସି), ନୂଆପଡ଼ା(ଏନଏସି), ଭଞ୍ଜନଗର(ଏନଏସି), ବଡ଼ବିଲ(ମ୍ୟୁନିସିପାଲିଟି), ବାଣପୁର(ଏନଏସି), ବୀରମିତ୍ରପୁର(ମ୍ୟୁନିସିପାଲିଟି), ସୋରଡ଼ା(ଏନଏସି), ରାୟଗଡ଼ା(ମ୍ୟୁନିସିପାଲିଟି), ଦିଗପହଣ୍ଡି(ଏନଏସି), ଖଡ଼ିଆଳ(ଏନଏସି), ବରପାଲ୍ଲୀ(ଏନଏସି), ପଟ୍ଟାମୁଣ୍ଡାଇ(ମ୍ୟୁନିସିପାଲିଟି), ଜଲେଶ୍ୱର(ମ୍ୟୁନିସିପାଲିଟି), ଧର୍ମଗଡ଼(ଏନଏସି), ବାଲିମେଳା(ଏନଏସି), ରାଜଗାଙ୍ଗପୁର(ମ୍ୟୁନିସିପାଲିଟି), ଆସ୍କା(ଏନଏସି), କେସିଙ୍ଗା(ଏନଏସି), ବୁଗୁଡ଼ା(ଏନଏସି), ପିପିଲି(ଏନଏସି), ହିଞ୍ଜିଳିକାଟୁ(ମ୍ୟୁନିସିପାଲିଟି), ଯୋଡ଼ା(ମ୍ୟୁନିସିପାଲିଟି), ବୌଦ୍ଧଗଡ଼(ଏନଏସି), ତୁଷୁରା(ଏନଏସି), କଣ୍ଟାବାଂଝୀ(ଏନଏସି), ରେଢ଼ାଖୋଲ(ଏନଏସି), ସୁନାବେଡ଼ା(ମ୍ୟୁନିସିପାଲିଟି),

ବାରିପଦା(ମ୍ୟୁନିସିପାଲିଟି), କୋଦଳା(ଏନଏସି), ଭୁବନ(ଏନଏସି), ବେଲପାହାଡ଼(ମ୍ୟୁନିସିପାଲିଟି), କାମାକ୍ଷାନଗର(ଏନଏସି), ଚମ୍ପୁଆ(ଏନଏସି), ମାଲକାନଗିରି(ମ୍ୟୁନିସିପାଲିଟି), ତାଳଚେର(ମ୍ୟୁନିସିପାଲିଟି), ଅନୁଗୁଳ(ମ୍ୟୁନିସିପାଲିଟି), ପାରାଦ୍ୱୀପ(ମ୍ୟୁନିସିପାଲିଟି)

Related Posts