ଭୁବନେଶ୍ଵର, (ସତ୍ୟପାଠବ୍ୟୁରୋ): ଆସନ୍ତା ୭ ତାରିଖରେ ବିଜେପିର ସେବା ଜ୍ୟୋତି ଯାତ୍ରା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଏବଂ ଦେଶ ସେବାରେ ଲାଗିଛନ୍ତି । ମୋଦି ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ବିଜେପିର ସେବା ଜ୍ୟୋତି ଯାତ୍ରା ଚାଲିବ । ଦେଶର ୭୫୦ ଜିଲ୍ଲା ଏବଂ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସାମୂହିକ ବନ୍ଦେ ମାତରମ ଗାନ
