ବାରିପଦା(ସତ୍ୟପାଠ ବ୍ୟୁରୋ) : ଆସନ୍ତାକାଲି ମୟୂରଭଞ୍ଜ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏନେଇ ମୟୂରଭଞ୍ଜ ଗସ୍ତ କରୁଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦୁଝର ତେଲକୋଇ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ପାଇଲଟ୍ ଗାଡ଼ିକୁ ପଛରୁ ପିଟିଲା ମନ୍ତ୍ରୀଙ୍କ କାର୍ । ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ସ୍ବାସ୍ଥ୍ୟମନ୍ତ୍ରୀ। ପାଇଲଟ୍ ଗାଡ଼ି ହଠାତ୍ ବ୍ରେକ୍ ମାରି ଦେଇଥିବାବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୁରକ୍ଷିତ ଥିବା ଜଣାପଡିଛି ।
