ଯୁକ୍ତରାଷ୍ଟ୍ର ଆମେରିକାର ୫ଟି ରାଜ୍ୟରେ ଘୂର୍ଣ୍ଣିଝଡ, ୭୦କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁ ର ତାଣ୍ଡବ ରଚିଛି ଭୟଙ୍କର ଘୂର୍ଣ୍ଣିଝଡ | ଆମେରିକାର ୫ଟି ରାଜ୍ୟରେ ଏହି ଭୟଙ୍କର ଘୂର୍ଣ୍ଣି ଝଡ ହୋଇଛି | ଫଳରେ ଏହାର ପ୍ରଭାବରେ ୭୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ କେଣ୍ଟକି ରାଜ୍ୟର ରାଜ୍ୟପାଳ ଆଣ୍ଡି ବେଶେର କହିଛନ୍ତି ଯେ, ଘୂର୍ଣ୍ଣିଝଡ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କେଣ୍ଟକିରେ କେବଳ ୫୦ଜଣ ପ୍ରାଣ ହରାଇଛନ୍ତି । ଏଠାରେ ଥିବା ଏକ ମହମବତୀ କାରଖାନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉକ୍ତ କାରଖାନାରେ ସେହି ସମୟରେ ପ୍ରାୟ ୧୧୦ ଜଣଥିଲେ । ତେବେ ଅନେକ ଜଣ ଆହତ ହୋଇଥିବା ବେଳେ ଏହି ମୃତ୍ୟୁ ସଂଖ୍ୟା ୧୦୦କୁ ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସେହିପରି ଇଲିନୋଇସର ଆମାଜନ ଏବଂ ଆରକାନାସର ଏକ ନର୍ସିଂହୋମରେ ମଧ୍ୟ ଘୂର୍ଣ୍ଣି ଝଡର ପ୍ରଭାବ ଦେଖିବାକୁ ମିଳିଥିଲା । ଏନେଇ ଏହି ରାଜ୍ୟରେ ସେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବା କହିଛନ୍ତି କେଣ୍ଟକି ରାଜ୍ୟପାଳ ।

ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ଏ ବିଷୟରେ ତାଙ୍କୁ ଅବଗତ କରାଯାଇଛି ଏନେଇ ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । କ୍ଷତି ସହିଥିବା ରାଜ୍ୟ ଗୁଡିକରେ କ୍ଷୟକ୍ଷତିର ଆକଳ ହେଲେ ପ୍ରଭାବିତ ରାଜ୍ୟଗୁଡିକ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ବାଇଡେନ ।

Related Posts