ଏକ ସମର୍ପିତ ସରକାର ରେ ଶ୍ରୀ ଲିଙ୍ଗରାଜ ଙ୍କ ଦେଢ଼ ହଜାର ଏକର ଜମି ହଡ଼ପ

ଭୁବନେଶ୍ୱର, ୧୨/୧୨; ଏକାମ୍ର କ୍ଷେତ୍ରର ଅଧୀଶ୍ଵର ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଶହ ଶହ ଏକର ଜମି ମାଫିଆ ଓ ରାଜସ୍ବ ଅଧିକାରୀଙ୍କ ମିଲିଭାଗତରେ ଏବେ ଜବର ଦଖଲ ରେ। ଏଭଳି ଚାଞ୍ଚଲ୍ୟକର ଖବର ସେହି ସମୟରେ ଲୋକଲୋଚନକୁ ଆସିଛି ଯେତିକିବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତନାଘନା ଚଳାଇଛନ୍ତି। ବଡ ଠାକୁରଙ୍କ ହଜାର ହଜାର ଏକର ଜମି ଏଯାଏ ସରକାରଙ୍କ ପାଖକୁ ଆସିପାରିନାହିଁ । ଠିକ୍ ଏମିତି ସମୟରେ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅମୃତ ମଣୋହି ସମ୍ପତ୍ତି ଜବରଦଖଲ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଡମ୍ବନା ଯେ, ସରକାର ସେପଟେ ଶ୍ରୀ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ର ସୋନ୍ଦର୍ଯ୍ୟକରଣ ନାଁରେ ଦେଶସାରା ଢୋଲ ବାଡ଼ାଉଛନ୍ତି କିନ୍ତୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜଙ୍କ ହଜାର ହଜାର ଏକର ଜମିକୁ ସରକାର ମାଫିଆଙ୍କ କବଳରୁ ଜଗି ରଖି ପାରୁନାହାନ୍ତି। ଏଠି ସରକାର ଅଛନ୍ତି, ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ବିଦ୍ୟମାନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ବି ବିଦ୍ୟମାନ ତା ସତ୍ବେ ; ଏଠାରେ ବି ଠାକୁରଙ୍କ ଜମିକୁ ସୁରକ୍ଷା ଦିଆଯାଇ ପାରିନାହିଁ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମମ୍ତଙ୍କ ଆଖି ଆଗରେ ହଜାର ହଜାର ଏକର ଜମି ହଡ଼ପ ହେଇଛି ମାତ୍ର କେହି ମୁହଁ ଖୋଲୁନାହାନ୍ତି, ନାହିଁ କେହି ତନାଘନା କରୁଛନ୍ତି। ନା ଆଇନମନ୍ତ୍ରୀ ନା ରାଜସ୍ବ ବିଭାଗ। ସିଏଜି ରିପୋର୍ଟ କହୁଛି ଯେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ହେଉଛନ୍ତି ମୋଟ ୧୫୨୩, ୮୭୯ ଏକର ଜମି ର ମାଲିକ। ମାତ୍ର, ଅଥଚ ଠାକୁରଙ୍କ ଦଖଲରେ ରହିଛି ମାତ୍ର ୩୧ ଏକରଜମି ।

ବଡ ପ୍ରଶ୍ନ ହେଲା, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ସୁରକ୍ଷା ଦାୟିତ୍ବ ରେ ଥିବା ସରକାର ବାସ୍ତବରେ କରୁଛନ୍ତି କଣ? ମାଫିଆଙ୍କ ସହିତ ମିଶି ଜମି ଜବର୍ ଦାଖଲ ଏବଂ ଜମି ହଡ଼ପ ର ଗୁମାସ୍ତା ସାଜିଛନ୍ତି ନା ଆଉକିଛି? ହଜାର ହଜାର ଏକର ଜମି ସରକାରଙ୍କ ଆଖି ଆଗରେ ହଡ଼ପ ହେଉଛି ଅଥଚ ଏହାକୁ ରୋକିବାରେ ବଳ ଜୁଟାଇ ପାରୁନାହାନ୍ତି ସରକାର । ଶ୍ରୀ ଲିଙ୍ଗରାଜ ଙ୍କ ପାଖରେ ମାତ୍ର ୩୧ ଏକର ଜମି, ପ୍ରଶ୍ନ ଉଠୁଛି, କିଏ ଖାଇଗଲା ୧୪୯୨.୩୨୩ ଏକର ଶ୍ରୀଲିଙ୍ଗରାଜଙ୍କ ଜମି? ଆହୁରି ଆଚମ୍ବିତ ହେବା ଭଳି କଥା ହେଲା, ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସେସବୁ ଜମିରୁ ଜବରଦଖଲ ଉଚ୍ଛେଦ ସମ୍ଭବ ନୁହେଁ ବୋଲି କୁହାଯାଇଛି। ପୂର୍ବରୁ କମିସନରେଟ୍ ପୁଲିସ ସହାୟତାରେ ଅନେକ ଜବରଦଖଲ ଉଚ୍ଛେଦ ହୋଇଛି ।ହେଲେ ଏହି ୩୬ ଏକର ଜମି ଏମିତି କାହା ପାଖରେ ଅଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ହେବାରାଜଧାନୀରେ ବଡ଼ବଡ଼ିଆଙ୍କ କବ୍‌ଜାରେ ୩୬ ଏକର ) ସେବାୟତଙ୍କ ମାଫିତରେ ୨ କେଜି ସୁନା ଓ ୬୫ କେଜି ରୁପା ସରକାର ଜାଣିଛନ୍ତି, କିନ୍ତୁ କାର୍ଯ୍ୟାନୁଷ୍ଠାନକୁ ଭୟ ଲିଙ୍ଗରାଜଙ୍କ ଜମି ଦଖଲରେ ରଖିଛି ? କାହିଁକି ସରକାର ଏହି ଜମି ମାଫିଆଙ୍କୁ ବେଦଖଲ କରିବାକୁ ଡରୁଛନ୍ତି ? ଏମାନଙ୍କ ପଛରେ କଣ ବଡ଼ବଡ଼ିଆ ଅଛନ୍ତି ନା ସରକାରଙ୍କ ପାଖରେ କିଛି ବାଧ୍ୟବାଧକତା ରହିଛି ?ସମୁଦାୟ ଜମି ମଧ୍ୟରୁ ୧୪୯୫,୯୫୩ ଏକର ଜମି ଭୁବନେଶ୍ଵର ବାହାରେ ରହିଛି। କେବଳ ଭୁବନେଶ୍ବରରେ ଜବରଦଖଲ ଜମିର ପରିମାଣ ୩୬, ୩୭୦ ଏକର ପ୍ରଶାସନ କିଛି ଜମି ଉପରେ ଜବରଦଖଲ ମାମଲା ରୁଜୁ କରିଛି; ଉଚ୍ଛେଦ ପାଇଁ ଆଦେଶ ମିଳିଛି । ମାତ୍ରଆଶଙ୍କା କରି ପ୍ରଶାସନ ଡରିଯାଇଛି ? ରିପୋର୍ଟ କହୁଛି, ଜବରଦଖଲରୁ ଜମିକୁ ଉଦ୍ଧାର ପାଇଁ ମନ୍ଦିର କାର୍ଯ୍ୟନିର୍ବାହୀତଥ୍ୟ ଅନୁସାରେ, ଏବେ ଶ୍ରୀଲିଙ୍ଗରାଜଙ୍କ। ଅଧିକାରୀ ୨୦ ବର୍ଷ (୧୯୯୦ରୁ ୨୦୧୦) ମଧ୍ୟରେ ୨୭୨ଟି ମାମଲା ରୁଜୁ କରିଥିଲେ । ଅକ୍ଟୋବର ୨୦୧୯ ସୁଦ୍ଧା ୨୨୨ଟି ମାମଲାର ଫଇସଲା ହୋଇଥିଲା । ଜବରଦଖଲ ଉଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ୧୯୬ଟି ମାମଲା ପଠାଯାଇଥିଲା। ଅବଶିଷ୍ଟ ୨୬ଟି ଫଏସଲା ହୋଇଥିବା ମାମଲା ଉପରେ କିଛି ପଦକ୍ଷେପ ନିଆଗଲାନାହିଁ । ଜିଲ୍ଲାପାଳଙ୍କୁ ପଠାଯାଇଥିବା ୧୯୬ ମାମଲା ମଧ୍ୟରୁ ୭୯ଟି ମାମଲା ଭୁବନେଶ୍ଵର ତହସିଲରେ ଥିଲା । ୭୯ରୁ ୧୫ ମାମଲାରେ ଉଚ୍ଛେଦ ହୋଇଥିଲା । ଏହି ୧୫ ମାମଲାରେ ଛୋଟ ମୋଟ ଦୋକାନ ଓ ପାକିଂ ସ୍ଥାନ ଥିଲା । କିନ୍ତୁ ବାକି ୬୪ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଆଇନଶୃଙ୍ଖଳା ବାହାନାରେ ସେସବୁ ସେମିତି ଜବରଦଖଲରେ ରହିଛି ।ଉପର କୋର୍ଟକୁ ଯାଇଛନ୍ତି। ପ୍ରଶାସନ ପକ୍ଷରୁ ଉପଯୁକ୍ତ ଜବାବ ରଖି ମାମଲାର ଫଇସଲା କରିବାକୁ ଉଦ୍ୟମ ହେଉନାହିଁ। ତେଣୁ ବିଭାଗୀୟ ଅଧିକାରୀମାନେ ଜବରଦଖଲକାରୀଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।ସେହିଭଳି ଏଜିଙ୍କ ରିପୋର୍ଟ ଅନୁସାରେ ଶାଗମାଛ ଦରରେ କେତେକ ଦୋକାନଘର ଭଡ଼ା ଦିଆଯାଇଛି। ବିଏମ୍‌ସି ଅଞ୍ଚଳରେ ସରକାରୀ ଭଡ଼ା ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଧାରଣ(ବର୍ଗଫୁଟ୍ ପିଛା ୨୬ ଟଙ୍କା) କରାଯାଇଥିଲେ ମଧ୍ୟ ଏଠାରେ ବର୍ଗଫୁଟ୍ ପିଛା ୨ଟଙ୍କା ୮୬ ପଇସା ଭଡ଼ା ହିସାବରେ ୬୦ ଦୋକାନ ଭଡ଼ା ଦିଆଯାଇଛି । ଭଡ଼ା ସଂଶୋଧନ ହୋଇଥିବାରୁ ୨୦୧୬ ଏପ୍ରିଲ୍ ରୁ ୨୦୧୯ ଅକ୍ଟୋବର ଏହି ୩ ବର୍ଷରେ ପ୍ରଶାସନ ୧ କୋଟି ୩ ଲକ୍ଷ ଟଙ୍କାର କ୍ଷତି ସହିଛି।

କୌତୁହଳପ୍ରଦ ପ୍ରସଙ୍ଗ ହେଉଛି ,କୌଣସି ଦୋକାନୀଙ୍କ ସହ ଚୁକ୍ତିନାମା ହୋଇନାହିଁ। ବୁଝାମଣା ଆଧାରରେ ଭଡ଼ା ଦିଆଯାଇଛି ।ବିଏମ୍‌ସି ଅଞ୍ଚଳରେ ଗୌତମ ନଗରରେ ଅବସ୍ଥିତ ୫ ଏକର୯୮୮ ଡିସିମିଲ ଜମି ଶାବକ ଖାତାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁ ମାଫିତ ଟ୍ରଷ୍ଟ ବୋର୍ଡ ନାମରେ ରହିଥିଲା । ୧୯୯୫ ମସିହାରେ ଟ୍ରଷ୍ଟ ବୋର୍ଡର ଜଣେ ପୂର୍ବତନ ଟ୍ରଷ୍ଟିଙ୍କ ନାମରେ ଜମି ବନ୍ଦୋବସ୍ତ କରାଯାଇଥିଲା । ବର୍ତ୍ତମାନ ଏହାର ବଜାର ମୂଲ୍ୟ ୬୩ କୋଟି ଟଙ୍କା । ସେହିଭଳି ସାମନ୍ତରାପୁର ଛକରେ ଥିବା ସଞ୍ଜିବନୀ ହସ୍ପିଟାଲ ପଛରେ ଏକ ବିରାଟ ଜମି ପାକିଂ ସ୍ଥାନ ଭାବରେ ବ୍ୟବହାର ହେଉଛି । ଯାହାର ବଜାର ମୂଲ୍ୟ ୩୦ କୋଟିରୁ ବେଶି। ମାତ୍ର ଏଥିରୁ ପଇସାଟିଏ ମିଳୁନି ମହାପ୍ରଭୁଙ୍କୁ ସୁକ୍ଷ୍ମଶ୍ବର ମନ୍ଦିର କଡ଼ରେ ଏକ ବିରାଟ ପଡ଼ିଆ ଜବଦେଖଲରେ ରହିଛି । ଏହାର ମୂଲ୍ୟ ମଧ୍ୟ ୧୦ କୋଟି ହେବ ବୋଲି ଆକଳନ କରାଯାଉଛି

। ଏହି ବଡ଼ ବଡ଼ ଜବରଦଖଲ ଛଡ଼ା ଆହୁରି କେତେକ ବଡ଼ବଡ଼ିଆ କୋଟି କୋଟି ଟଙ୍କା ମୂଲ୍ୟର ଜମି ମାଡ଼ି ବସି ଘର କରି ରହିଛନ୍ତି। ଏହା ମଧ୍ୟରୁ କେତେକକୁ ଉଚ୍ଛେଦ କରିବା ପାଇଁ ଆଦେଶ ହୋଇଛି । ମାତ୍ର ଆଦେଶ ସେମିତି ଫାଇଲ୍ ଭିତରେ ପଡ଼ିଛି। କିଛି ମାମଲା ଜିଲ୍ଲାପାଳଙ୍କ କୋର୍ଟରେ ଗଡୁଛି | କିଛି ଜବରଦଖଲକାରୀବର୍ତ୍ତମାନ ଠାକୁରଙ୍କର ୨କେଜି ୧୦୫.୮୫ଗ୍ରାମ୍ ସୁନା ଓ ୬୬ କେଜି ୯୪୨.୮୫ ଗ୍ରାମ୍ ଓଜନର ରୁପା ଅଳଙ୍କାର ରହିଛି । ଏସବୁର ମାଫିତଦାର ହେଉଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। କିନ୍ତୁ ମାର୍ପତଦାରଙ୍କ ମାଫିତରେ କେବଳ ୧୨୮.୪୨ ଗ୍ରାମ୍ ଓଜନର ସୁନା ଓ ୧କେଜି ୬୦୭.୭୫ ଗ୍ରାମର ଦୁପା ରହିଛି। ସେବାୟତଙ୍କ ମାର୍ପତ୍‌ରେ ୧ କେଜି ୯୭୭.୪୩ଗ୍ରାମର ସୁନା ଓ ୬୫ କେଜି ୩୩୫.୧୦ଗ୍ରାମ୍ ଓଜନର ଦୁପା ରହିଛି।

ବର୍ତ୍ତମାନ ଠାକୁରଙ୍କ ବାର୍ଷିକ ଆୟ ୫କୋଟି ୭୨ ଲକ୍ଷ ୩୩ ହଜାର ଟଙ୍କା । ମାତ୍ର ଆୟ ବଢ଼ିବାକୁ ବହୁ ଉତ୍ସ ରହିଥିଲେ ମଧ୍ୟ ସେସବୁକୁ ବ୍ୟବହାର କରାଯାଉନାହିଁ। ୬ଟି ଉତ୍ସରୁ ୩ଟି ନିଲାମ ହୋଇଛି । ପୁଣି ନିଲାମରୁ ଆସିବାକୁ ଥିବା ରାଜସ୍ବ ମଧ୍ୟ ନିୟମିତ ଆଦାୟ ହେଉନାହିଁ ଫଳରେ ଅଦ୍ୟାବଧି ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବାକିରେ ଗଡ଼ୁଛି । ପ୍ରସାଦ ଓ ପବିତ୍ର କୂଅ ଜଳ ଆଦି ନିଲାମ ହେଉନଥିବାରୁ ତା’କୁ ନେଇ ବହୁ ପ୍ରଶ୍ନ ଉଠିଛି ।

Related Posts