ଯୁବକଙ୍କୁ ହତ୍ୟା ପରେ ଅଞ୍ଚଳରେ ଉତ୍ତେଜନା, ଅଭିଯୁକ୍ତର ଦୋକାନ ଭାଙ୍ଗିଲେ ଉତ୍ୟକ୍ତ ଲୋକେ: କୋରାପୁଟ

ସତ୍ୟପାଠ 25/12 କୋରାପୁଟ : କୋରାପୁଟ ପରଜା ସାହିର ସନ୍ୟାସୀ ପୂଜାରୀ ନାମକ ଜଣେ ଯୁବକଙ୍କୁ ବନଭାରତୀ କଲୋନୀରେ ଆଜି ଭୋର ସମୟରେ ହତ୍ୟା ଘଟଣା ପରେ ପରଜା ସାହିରେ ଚାପା ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକମାନେ ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସେଲୁନ ଦୋକାନୀ ନାଗରାଜୁର ପରଜା ସାହିରେ ଥିବା ଦୋକାନକୁ ଭଙ୍ଗାରୁଜା ଲାରିବା ସହ ସେଲୁନ ଦୋକାନ ଚେୟାର ବାହାରକୁ କାଢି ଜାଳି ଦେଇଛନ୍ତି। ଉତେଜନା ସ୍ଥଳରେ ଟାଉନ ଥାନା ପକ୍ଷରୁ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି l ସୂଚନା ଥାଉକି, ପରଜା ସାହିର ସନ୍ୟାସୀ କୁଲି କାମ କରନ୍ତି l ସେ ରାତିରେ କୌଣସି କାମ ପାଇଁ ବନଭାରତୀରେ ଥିବା ନିଜ ଶାଳୀ ଘରକୁ ଯାଇଥିଲେ l ଘରେ ଶାଳୀ ନଥିବାରୁ ଭୋର ସମୟରେ ଫେରୁଥିଲେ l ତେବେ ଫେରିବା ବାଟରେ ସେଲୁନ୍ ବ୍ୟବସାୟୀ ନାଗରାଜୁ ଓ ତାଙ୍କ ପତ୍ନୀ ରତ୍ନା ସହ ସନ୍ୟାସୀର ଝଗଡା ହୋଇଥିଲା l ନାଗରାଜୁ ଓ ତାଙ୍କ ପତ୍ନୀ ସନ୍ୟାସୀର ମୁହଁ ଓ ମୁଣ୍ଡକୁ ମୁଥମାରି ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲି ଯାଇଥିଲେ l ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖଛି l ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସଙ୍କ ନେତୃତ୍ୱରେ ସନ୍ଧନୀ କୁକୁର ସହ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ଯାଇ ତଦନ୍ତ କରିଛି l ପୋଲିସ ଏହି ଘଟଣାରେ ଅଭିଯୁକ୍ତ ନଗରାଜୁ ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି l ଆଜି ଭୋର ୫ଟା ପରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ପୋଲିସ ଶବ ଜବତ କରି ମେଡିକାଲ କଲେଜକୁ ପଠାଇ ଦେଇ ଅଧକ ତଦନ୍ତ ଜାରି ରଖିଥିବା କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ କହିଛନ୍ତି।

Related Posts