ରାଗିଂ କରିବା ଅଭିଯୋଗରେ ଜବାହରଲାଲ ନେହରୁ ବୈଷୟିକ ବିଶ୍ୱବିଦ୍ୟାଳୟର ୧୮ ଜଣ ଛାତ୍ର ନିଲମ୍ବିତ

ଜୁନିଅରମାନଙ୍କୁ ରାଗିଂ କରିବା ୧୮ ଜଣ ଛାତ୍ରଙ୍କୁ ପଡିଛି ମହଙ୍ଗା | ଏନେଇ ଅଭିଯୋଗ ହେବା ପରେ କଲେଜ ଏକାଡେମିକ କାଉନସିଲ ପକ୍ଷରୁ ସମ୍ପୃକ୍ତ ସିନିୟର ଛାତ୍ରମାନଙ୍କୁ ନିଲମ୍ବିତ କରାଯାଇଛି | ଜବାହରଲାଲ ନେହରୁ ବୈଷୟିକ ବିଶ୍ୱବିଦ୍ୟାଳୟ(ଜେଏନଟିୟୁ)ର ଏହି ଘଟଣା | ୧୮ ଜଣ ଛାତ୍ର ନିଲମ୍ବିତ ହୋଇଛନ୍ତି | ଆନ୍ଦ୍ରପ୍ରଦେଶର ଅନନ୍ତପୁରଠାରେ ଅବସ୍ଥିତ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଜୁନିଅମାନଙ୍କୁ ନିର୍ଯାତନା ନେଇ ଅଭିଯୋଗ ଆସିଥିଲା। ଫେବୃଆରୀ ୪ରେ ଏହି ଘଟଣା ଘଟିଥିଲା। ସବୁଛାତ୍ରମାନେ ଅନନ୍ତପୁର ଇଞ୍ଜିନିୟରିଂ କଲେଜରେ ଅଧ୍ୟୟନ କରନ୍ତି।

ହଷ୍ଟେଲରେ ଫ୍ରେସରମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା। କଲେଜ ଏକାଡେମିକ କାଉନସିଲ ପକ୍ଷରୁ ସମ୍ପୃକ୍ତ ସିନିୟର ଛାତ୍ରମାନଙ୍କୁ ନିଲମ୍ବିତ କରାଯାଇଛି। କଲେଜ ପ୍ରିନ୍ସପାଲ ସୁଜାତାଙ୍କ ଅନୁଯାୟୀ, ଶୁକ୍ରବାର ରାତିରେ ଛାତ୍ରମାନଙ୍କୁ ରାଗିଂ କରାଯାଇଥିଲା। ଏହାର ପରଦିନ ଅଭିଯୋଗ କଲେଜ ପରିଚାଳନା ବିଭାଗ ପାଖରେ ପହଞ୍ଚିଥିଲା।

ଅଭିଯୋଗକୁ ଅଧାର କରି କଲେଜ ଏକାଡେମିକ କାଉନସିଲ ପକ୍ଷରୁ ୧୮ ଜଣ ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତଙ୍କ ମଧ୍ୟରେ ଫାଷ୍ଟ ୟରର ୩ ଜଣ ଛାତ୍ର ଅଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ଯାଞ୍ଜ ପ୍ରକ୍ରିୟା ସରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଅନନ୍ତନୁର ପୁଲିସ ପକ୍ଷରୁ ସୁମୋଟୁ ମାମଲା ରୁଜୁ କରାଯାଇଛି | ଡିଏସପି ରାଙ୍କର ଅଫିସରଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ ହେବ ବୋଲି ଜଣାପଡ଼ିଛି | ଏନେକ ସମୟରେ ଅନେକ କଲେଜ ରୁ ଏମିତି ଘଟଣା ସାମ୍ନାକୁ ଆସୁଥିବା ବେଳେ, କଲେଜ କତୁରପକ୍ଷ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନଜିର ରହିଛି | ତେବେ ଏହି କଡା ଆଇନ ସ୍ୱତେ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସୁଛି |

Related Posts