ପୁଣି ରାଗିଂ: ଭୁବନେଶ୍ବର ସୈନିକ ସ୍କୁଲ୍ ରୁ ଆସିଛି ଅଭିଯୋଗ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ରେ ଗତ କିଛି ଦିନ ହେଲା ରାଗିଂ କୁ ନେଇ ଅଭିଯୋଗ ଆସୁଥିବା ବେଳେ, ଏବେ ପୁଣି ସମାନ ଅଭିଯୋଗ ଆସିଚି । ସିନିୟର ଛାତ୍ରମାନେ ଜୁନିଅର ଛାତ୍ରଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି ।

ତେବେ ଏଥର ମହାବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ନୁହେଁ ବରଂ ବିଦ୍ୟାଳୟରୁ ଆସିଛି ଅଭିଯୋଗ । ଭୁବନେଶ୍ବର ସୈନିକ ସ୍କୁଲରେ ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରୁଥିବା ଅଭିଯୋଗ ଆସିଛି । ସିନିୟର ଛାତ୍ରମାନେ ରାଗିଂ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି । ଏନେଇ ସୈନିକ ସ୍କୁଲ ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗର ସଚିବ ।

ସୈନିକ ସ୍କୁଲରେ ରାଗିଂ, ରିପୋର୍ଟ ତଲବ କଲେ ଗଣଶିକ୍ଷା ସଚିବ । ସେ ଚିଠିରେ ଲେଖିଛନ୍ତି ଯେ, ରାଗିଂ ଦ୍ୱାରା ଛାତ୍ର ଛାତ୍ରୀଙ୍କ ମାଆ ଦୁଶ୍ଚିନ୍ତାରେ ରହୁଛନ୍ତି । ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଗିଂ ଭଳି ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ନିଆଯାଉଥିବା ପଦକ୍ଷେପ ନେଇ ଜଣାଇବାକୁ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଚିଠିର ଉତ୍ତରରେ ସ୍କୁଲ ଅଧ୍ୟକ୍ଷ ଜଣାଇଛନ୍ତି ଯେ, ରାଗିଂ ରୋକିବାକୁ ସ୍କୁଲ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି । ସ୍ୱତନ୍ତ୍ର ଏକ ଟିମ୍ ରହିଛି, ବିଶେଷ ଭାବେ ଆଡ଼ମିଶନ ସମୟରେ ଉଭୟ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ଏନେଇ ଅବଗତ କରାଯାଉଛି ।

Related Posts