ରାଜଧାନୀରେ ବିବାହ ଉତ୍ସବରେ ପୁଣି ଲାଗିଲା କଟକଣା

ରାଜଧାନୀରେ ବାହାଘର ଉତ୍ସବ ଉପରେ ପୁଣି ଥରେ କଟକଣା । ଏପରିକି ନିୟମ ଉଲ୍ଲଙ୍ଘନ କରୁଥିଲେ ଘରେ ପହଞ୍ଚିପାରେ ପୋଲିସ। ବାହାଘର ବେଳେ DJ ବଜାଇ ରୋଷଣି କଲେ ବା ବାଣଫୁଟାଇ ଉତ୍ସବ ମନାଇଲେ କାର୍ଯାନୁଷ୍ଠାନ ନେବ ପୋଲିସ । ଏନେଇ ହେଲ୍ପ ଲାଇନ ନମ୍ବର ଜାରି କଲା କମିଶନରେଟ ପୋଲିସ। ଏପରି ଘଟଣା ଦେଖିଲେ ୦୬୭୪୨୫୪୦୨୯୪ ରେ କଲ କରି ଜଣାଇଲେ ପୋଲିସ ପହଞ୍ଚି ଫାଇନ ଲଗାଇବା ସହ ବନ୍ଦ କରିପାରେ ଏପରି ବାଣ ଓ ବାଜା। ଏଥିପାଇଁ DCP ଅଫିସର ଲାଇସେନ୍ସ ସେଲକୁ ଆଲର୍ଟ ଅରାଯାଇଛି‌ । ଯେଉଁମାନେ ବାହାଘର ପାଇଁ ଅନୁମତି ଆଣୁଛନ୍ତି ସେଥିରେ ବାଣ ଫୁଟାଇବା ବା ବାଜା ବଜାଇବା ପାଇଁ ଅନୁମତି ଦିଆଯାଉନାହିଁ।

Related Posts