ଘାରିଲା ଓମିକ୍ରନ ଭୟ: ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧ରେ ବେଳାଭୂମିରେ ଜନସମାବେଶକୁ ନିଷିଦ୍ଧ କଲେ ତାମିଲନାଡ଼ୁ ସରକାର

ଦେଶରେ ଏବେ ବଢୁଛି ଓମିକ୍ରନ ଆକ୍ରାନ୍ତଙ୍କ ମାମଲା | ରାଜ୍ୟ ସରକାର ନୂତନ କରୋନା ଭାଇରସ୍ ପ୍ରକାରର କାୟା ବିସ୍ତାର ନକରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସତର୍କତାମୂଳକ ପଦକ୍ଷେପଭାବେ ତାମିଲନାଡ଼ୁ ସରକାର ଚଳିତବର୍ଷ ଡ଼ିସେମ୍ବର ୩୧ ଏବଂ ଜାନୁଆରୀ ୧, ୨୦୨୨ରେ ରାଜ୍ୟର ସମସ୍ତ ବେଳାଭୂମିରେ ଜନସମାବେଶକୁ ନିଶିଦ୍ଧ କରିଛନ୍ତି ।

କରୋନା କାୟା ବିସ୍ତାରକୁ ରୋକିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଡ଼ିସେମ୍ବର ୩୧ ଓ ଜାନୁଆରୀ ୧ତାରିଖରେ ସମସ୍ତ ବେଳାଭୂମିରେ ଲୋକଙ୍କ ନିକଟରେ କୌଣସି ସୁବିଧା ଉପଲବ୍ଧ ହେବନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଏକ ବିବୃତ୍ତିରେ ପ୍ରକାଶ ପାଇଛି । ଚେନ୍ନାଇର ମେରିନା ବିଚ୍ ସବୁଠୁ ଲୋକପ୍ରିୟ ବେଳାଭୂମି । ନୂଆବର୍ଷରେ ବହୁ ଲୋକଙ୍କ ଗହଣରେ ପରିପୂର୍ଣ୍ଣ ହୋଇଥାଏ ଏହି ବେଳାଭୂମି ।

Related Posts