ରାଜଧାନୀରେ ୬.୪ ଡିଗ୍ରି ତଳେ ପାରଦ, ଥରିଲେ ରାଜଧାନୀ ବାସୀ

ରାଜଧାନୀ ଦିଲ୍ଲୀ ରେ ଗତ 4 ଦିନ ହେଲା ପାରଦ ଖସିବାରେ ଲାଗିଛି। ସରକାରୀ ପର୍ଯ୍ୟବେକ୍ଷଣାଗାର ରବିବାରର ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଯାହା ଏହି ଋତୁର ହାରାହାରି ଠାରୁ ୩ ଡିଗ୍ରି କମ୍। ଶନିବାର ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି ସେଲସିୟସ୍ ଥିବା ବେଳେ ରବିବାର ତା’ଠୁ ପ୍ରାୟ ୨ ଡିଗ୍ରି କମିଯାଇଛି। ଗତ ତିନିବର୍ଷର ଡିସେମ୍ବରରେ ମାସର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୩.୩ ଡିଗ୍ରି (୩୧ ଡିସେମ୍ବର ୨୦୨୦), ୨.୪ ଡିଗ୍ରି (୨୮ ଡିସେମ୍ବର ୨୦୧୯) ଏବଂ ୨.୬ ଡିଗ୍ରି (୨୯ ଡିସେମ୍ବର ୨୦୧୮)।

ତେବେ ମାସର ପ୍ରଥମାର୍ଦ୍ଧରେ ଏକ ଅଙ୍କ ତଳକୁ ପାରଦ ସାଧାରଣତଃ ଖସି ନ ଥାଏ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଡିସେମ୍ବର ୧୫ ଯାଏ ତାପମାତ୍ରା ଆଉ ବେଶି କମିବନି। କିନ୍ତୁ ୧୫ ପରେ ଥଣ୍ଡା ଓ ଶୁଷ୍କ ଉତ୍ତରପଶ୍ଚିମ ବାୟୁ ପ୍ରଭାବରେ ତାପମାତ୍ରା ଆହୁରି ତଳକୁ ଖସିପାରେ।

Related Posts