କପ୍ତିପଦାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ କରୋନା, ୪୦ରୁ ଅଧିକ ଛାତ୍ରୀ ପଜିଟିଭ୍ ଚିହ୍ନଟ

ଶିକ୍ଷାନୁଷ୍ଠାନରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ । ମୟୁରଭଞ୍ଜ କପ୍ତିପଦା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ କରୋନା ପ୍ରବେଶ କରିଛି । ଫଳରେ ଏକା ସାଙ୍ଗରେ ୪୦ରୁ ଅଧିକ ଛାତ୍ରୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶହେରୁ ଅଧିକ ବାଳିକା ପଢୁଥିବା ଏହି ବିଦ୍ୟାଳୟରେ ୮୦ରୁ ଉଦ୍ଧ୍ୱର୍ ଛାତ୍ରୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ବାଳିକାଙ୍କ କୋଭିଡ୍ ପଜିଟିଭ୍ ଆସିଛି ।

ଯାହାକୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ । ଏହି ଘଟଣା ଜଣାପଡିବା ପରେ କପ୍ତିପଦାରୁ ମେଡିକାଲ ଟିମ୍ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟରେ ଥିବା ଅନ୍ୟ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନମୁନା ସଂଗ୍ରହ କରୁଛନ୍ତି । ଏଥିସହିତ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରୀଙ୍କର ଆରଟିପିସିଆର ଟେଷ୍ଟ କରାଯିବା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି । ଏହାବ୍ୟତୀତ କରୋନା ପଜିଟିଭ୍ ଚିହ୍ନଟ ହୋଇନଥିବା ଛାତ୍ରୀମାନଙ୍କୁ ଅଲଗା ରଖାଯିବାର ବ୍ୟବସ୍ଥା କରାଯାଇଛି ।

Related Posts