ରାତିରେ କମୁଛି ତାପମାତ୍ରା, ଦାରିଙ୍ଗବାଡ଼ିକୁ ଟପିଲା ଫୁଲବାଣୀ

ରାତିରେ କମୁଛି ତାପମାତ୍ରା । ଗତ ୩ରୁ ୪ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି । ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଏହାର ପ୍ରଭାବରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି | ତେବେ ଗତ ରାତିରେ ଫୁଲବାଣୀରେ ସର୍ବାଧିକ ଥଣ୍ଡା ରେକର୍ଡ କରାଯାଇଛି | ଫୁଲବାଣୀରେ ୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଦାରିଙ୍ଗବାଡ଼ିରେ ୪.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି |

ସେହିପରି ରାଜ୍ୟର ୧୭ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି | ଫୁଲବାଣୀ ଓ ଦାରିଙ୍ଗବାଡି ବ୍ୟତୀତ ସୁନ୍ଦରଗଡ ଓ ଝାରସୁଗୁଡାରେ ୬.୦ ଡିଗ୍ରୀ ସେଲସିୟସ, କେନ୍ଦୁଝର ଓ ସୋନପୁରରେ ୬.୪ ଡିଗ୍ରୀ ସେଲସିୟସ, ଟିଟିଲାଗଡରେ ୬.୫ ଡିଗ୍ରୀ ସେଲସିୟସ, ଭବାନୀପାଟଣାରେ ୬.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Related Posts