ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଟି ମାମଲା: ସାକ୍ଷୀ ହେବେ ନୋରା ଫତେହୀ

ଶୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ବଟି ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ । ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହୀ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ସାକ୍ଷୀ ହେବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।

୨୦୦ କୋଟି ଟଙ୍କା ବଟି ଆଦାୟ ମାମଲାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସହ ସମ୍ପୃକ୍ତ ଥିବା ଅଭିନେତ୍ରୀ ନୋରା ଫତେହୀ ଏବଂ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସ୍କାନର୍‌ରେ ଅଛନ୍ତି। ଜେରା ପାଇଁ ଅନେକ ଥର ଦୁହେଁ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜାର ହୋଇଥିଲେ।

ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହୀଙ୍କୁ ଗୋଟାଏ ‘ବିଏମ୍‌ଡବ୍ଲୁ’ କାର୍‌ ଉପହାର ଦେଇଛନ୍ତି। କିନ୍ତୁ, ପରେ ସେ କହିଲେ ଯେ, ଚନ୍ଦ୍ରଶେଖର ତାଙ୍କୁ କାର୍‌ ଏବଂ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌ ମଧ୍ୟ ତାଙ୍କୁ ‘ସ୍ନେହର ନିଦର୍ଶନ’ ସ୍ବରୂପ ଗୋଟାଏ ଚମତ୍କାର ବ୍ୟାଗ୍‌ ଏବଂ ଆଇଫୋନ୍‌ ଦେଇଛନ୍ତି। ଅକ୍ଟୋବର ୧୪ ତାରିଖ ଦିନ ନୋରା ଫତେହୀଙ୍କୁ ସୁକେଶଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା। ସେଥିରେ ଉପହାର ପ୍ରସଙ୍ଗ ପଡ଼ିଥିଲା। ସେ ଦିନ ଏକ ବିବୃତି ଜାରି କରି ନୋରା ଫତେହୀ କହିଥିଲେ, କୌଣସି ଆର୍ଥିକ ଦୁର୍ନୀତିରେ ସ‌େ ସଂଶ୍ଳିଷ୍ଟ ନୁହନ୍ତି।

Related Posts