ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ପଶିଲା କରୋନା, ସମସ୍ତ ପରୀକ୍ଷା ବାତିଲ

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ କରୋନା | ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ଛାତ୍ରୀଛାତ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି ।

ପରେ ଏନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପରିସରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ୧୫ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି । ୨୦୨୧ରୁ ଆରମ୍ଭ ହୋଇଥିବା ସେମିଷ୍ଟର ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ପରୀକ୍ଷାର ନୁଆ ତାରିଖ ଖୁବଶୀଘ୍ର www.lkouniv.acରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

ସୂଚାନଯୋଗ୍ୟ, ଆଜି ଦେଶରୁ ୨୪ ଘଣ୍ଟା ମଧ୍ୟରେ 2,64,202 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗୁରୁବାର ତୁଳନାରେ 6.7 ପ୍ରତିଶତ ଅଧିକ । ବର୍ଦ୍ଧିତ ସଂକ୍ରମଣ ମାମଲା ସହ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । 24 ଘଣ୍ଟା ମଧ୍ୟରେ 1,09,345 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 12,72,073ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ମଧ୍ୟ ବଢିଚାଲିଛି । ସଂକ୍ରମଣ ଏତେ କ୍ଷୀପ୍ର ବେଗରେ ବଢୁଛି ଯେ, ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର 1.1 ପ୍ରତିଶତ ଥିବାବେଳେ ଏବେ 14.78%କୁ ବୃଦ୍ଧି ପାଇଛି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ବିସ୍ତାର କରିଚାଲିଛି । ଏଯାବତ୍ ଦେଶ ମଧ୍ୟରୁ 5,753 ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

Related Posts