କ୍ୟାପିଟାଲ ହସ୍ପିଟାଲର ୩୦ଜଣ କର୍ମଚାରୀଙ୍କୁ କରୋନା

କ୍ୟାପିଟାଲ ହସ୍ପିଟାଲରେ କରୋନା | ରୋଗୀଙ୍କ ସେବା କରୁଥିବା ଡାକ୍ତର ଓ ପାରା ମେଡ଼ିକାଲ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଏବେ କରୋନା ର ତୃତୀୟ ଲହର ଚାଲିଥିବା ବେଲେ, ହସ୍ପିଟାଲର ୩୦ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୦ ଡାକ୍ତର ଓ ୨୦ ପାରା ମେଡ଼ିକାଲ କର୍ମଚାରୀ । ଏଣୁ ଏବେ କମ କର୍ମଚାରୀରେ ରୋଗୀ ସେବା ଜାରି ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଯେଉଁଠି ପୂର୍ବରୁ ୩ ଜଣ କାମ କରୁଥିଲେ, ଏବେ ଜଣେ କାମ କରୁଛନ୍ତି ।

ହସ୍ପିଟାଲରେ କୋଭିଡ୍ ଟ୍ରିଟମେଣ୍ଟ ପ୍ରୋଟୋକାଲ ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ ଆସିଛି । ଏହା ଅନୁଯାୟୀ ଆମେ କାମ କରୁଛୁ ।

କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପରିସରରେ ସିଙ୍ଗଲ ୱଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା କରଯାଇଛି । ସେଠାରେ ରୋଗୀମାନେ ଟିକେଟ କାଟିବାଠୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ ସୁବିଧା ପାଇପାରିବେ ।

Related Posts