ବରଗଡ଼, (ସତ୍ୟପାଠବ୍ୟୁରୋ): ଏକ ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲ୍ଲା ଭଟଲି ତହସିଲ କାର୍ଯ୍ୟାଳୟର ଜଣେ ପୂର୍ବତନ ବରିଷ୍ଠ କିରାଣୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ଗୋବର୍ଦ୍ଧନ ମେହେର, ମରୁଡ଼ି କ୍ଷତିପୂରଣ ପାଇଁ ଜଣେ ଚାଷୀଙ୍କ ସପକ୍ଷରେ ଚେକ୍ ରିଲିଜ୍ କରିବା ପାଇଁ ତାଙ୍କଠାରୁ ୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଚାର୍ଜସିଟ୍ କରାଯାଇଥିଲା, ତାଙ୍କୁ ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ବରଗଡ଼, ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।
