ଶିକ୍ଷାନୁଷ୍ଠାନରେ କରୋନା: ରାୟଗଡ଼ାରେ ଜଣେ, ସମ୍ୱଲପୁରରେ ୪ ଆକ୍ରାନ୍ତ ଚିହ୍ନଟ

ଆୟତ୍ତକୁ ଆସୁନାହିଁ କରୋନା । ସେପଟେ ଅନେକ ସଚେତନତା ସ୍ୱତେ ସ୍କୁଲ ଓ କଲେଜରେ ମାଡ଼ି ଚାଲିଛି କରୋନା। ରାୟଗଡ଼ାରେ ଏକ ସ୍କୁଲରେ ଜଣେ ନବମ ଶ୍ରେଣୀର ଛାତ୍ର ଓ ସମ୍ୱଲପୁରରେ ୪ ଜଣ ଆକ୍ରାନ୍ତ ହୋଇଛନ୍ତି।

ଗତ ୧୪ ତାରିଖରେ ରାୟଗଡ଼ା ଗୋବିନ୍ଦ ଚନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ୧୪୦ ଛାତ୍ରଛାତ୍ରୀଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରକୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା। କରୋନା ଚିହ୍ନଟ ହେବା ପରେ ସ୍କୁଲକୁ ସାନିଟାଇଜ୍‌ କରାଯାଇଛି। ତାକୁ ସଙ୍ଗରୋଧରେ ରଖାଯାଇଛି। କରୋନା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି କରାଯାଇଛି। କରୋନା ଆକ୍ରାନ୍ତ ହୋଇଥିବା ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି।

Related Posts