କୋଲକାତା: c ତସଲିମା ନିଜେ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ଲେଖକ ଓ ବୁଦ୍ଧିଜୀବୀ ମହଲରେ ବଡ଼ ତର୍କ ଆରମ୍ଭ ହୋଇଯାଇଛି । କୋଲକତାରେ ବାମମେଣ୍ଟ ସରକାର ସମୟରେ ତସଲିମା ନାସରିନଙ୍କୁ ତୀବ୍ର ବିରୋଧ କରାଯାଇଥିଲା । ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏହି କାରଣରୁ ୨୦୦୭ ମସିହାରେ ତସଲିମାଙ୍କୁ କୋଲକାତା ଛାଡ଼ିବାକୁ ପଡ଼ିଥିଲା । ସେହିଦିନ ଠାରୁ ତସଲିମା କୋଲକାତା ଫେରିବାକୁ ଅନେକ ଥର ଚେଷ୍ଟା କରିଥିଲେ । ହେଲେ ସୁରକ୍ଷା କାରଣ ଦର୍ଶାଇ ତାଙ୍କୁ କୋଲକତା ଆସିବାକୁ ଅନୁମତି ମିଳିନଥିଲା । ଏହି କାରଣରୁ ସେ ୨୦ ବର୍ଷରୁ ଅଧିକ ସମୟ ଧରି କୋଲକାତା ଫେରିପାରିନଥିଲେ। ଏବେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବା ପରେ ତସଲିମାଙ୍କୁ କୋଲକାତା ଫେରିବାକୁ ସୁଯୋଗ ମିଳିଛି । ତସଲିମାଙ୍କ ଲିଖିତ ପୁସ୍ତକ “ଲଜ୍ଜା’ କୁ ନେଇ ବିବାଦ ଦେଖାଦେବା ପରେ ସେ ବାଂଲାଦେଶ ଛାଡ଼ିଥିଲେ । ସେତେବେଳେ ବାଂଲାଦେଶରେ ଇସଲାମିକ କଟ୍ଟରପନ୍ଥୀ ସରକାର ତସଲିମାଙ୍କ ବିରୋଧରେ ଫତୱା ଜାରି କରିଥିଲା । ଏହାସହ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା। ଦୁଇମାସ ଲୁଚିବା ପରେ ସେ ୧୯୯୪ ମସିହାରେ ସ୍ୱିଡେନ ଚାଲିଯାଇଥିଲେ। ଏହାପରେ ସେ ଲଗାତର ନିର୍ବାସନରେ ରହିଛନ୍ତି।
