ସାବାଡ଼ ହେବେ ଅପରାଧୀ, ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା

ରାଜ୍ୟରେ ଏବେ ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ମାମଲା ଦିନକୁ ଦିନ ବଢିବାକୁ ଲାଗୁଛି | ପ୍ରତ୍ୟେକ ଦିନ ରାଜ୍ୟର କୋଣ ଅନୁକୋଣରୁ ସାଇବର କ୍ରାଇମ ଅଭିଯୋଗ ଆସୁଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ । ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିଛନ୍ତି ।

ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନାସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ସାଇବର ଅପରାଧ, ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ଅଧିକ ଭାବରେ ସଂପୃକ୍ତ । ତେଣୁ ଏସବୁ ଅପରାଧର ଯଥାର୍ଥ ଅନୁସଂଧାନ ଓ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ । ସାଇବର ଅପରାଧର ଶିକାର ହୋଇଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ, ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ୧୧ଟି ସ୍ବତନ୍ତ୍ର ଥାନା ଖୋଲାଯିବ ।

ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିବ । ଏହା ଦ୍ଵାରା ଏହି ଥାନାର ସଖ୍ୟା ୧୪ରେ ପହଞ୍ଚିବ । କଟକ, ଭୁବବନେଶ୍ବର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୁଳ, ବାଲେଶ୍ବର, ମୟୁରଭଞ୍ଜ,ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳ ଆଦି ୧୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।

Related Posts