ସୁର ସାମ୍ରାଜ୍ଞି ଲତା ମଙ୍ଗେସକରଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି

କରୋନା ସଂକ୍ରମିତ ହେଲେ ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର | କରୋନାରେ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସ୍ଵାସ୍ଥବସ୍ଥା ବିଗିଡି ଯାଇଥିଲା | ତାଙ୍କୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲତାଙ୍କ ଝିଆରି ରଚନା ଲତାଙ୍କ ଅସୁସ୍ଥତା ସମ୍ପର୍କରେ ସୂଚନା ଦେଇଛନ୍ତି ।

ତେବେ ଶନିବାରଠାରୁ ସେ ନିମୋନିଆରେ ପୀଡ଼ିତ ଥିବା ସୂଚନା ମିଳିଛି ।

ବୟସାଧିକ୍ୟ ଯୋଗୁ ପ୍ରିକସନାରୀ ରିଜନ ପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ରଚନା କହିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି । ସମସ୍ତେ ଲାତା ଦିଦିଙ୍କ ସୁସ୍ଥତା ଲାଗି ପ୍ରାର୍ଥନା କରିବାକୁ ସେ କହିଛନ୍ତି ।

Related Posts