ହାତୀ ଆକ୍ରମଣରେ ମହିଳା ମୃତ, ଅଳ୍ପକେ ବର୍ତ୍ତିଲା ଝିଅ: ସୁନ୍ଦରଗଡ଼

ସତ୍ୟପାଠ 26/12 ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ରେଞ୍ଜ୍ ସାନଦଲକି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ତେବେ ଏଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତାଙ୍କ ଝିଅ। ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ସରସରା ସେକ୍ସନର ସାନଦଲକି ଗ୍ରାମରେ ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଘର ଭାଙ୍ଗୁଥିବା ଦେଖି ଜୀବନ ବଞ୍ଚାଇବାକୁ ମହିଳାଜଣକ ଦୌଡ଼ି ପଳାଉ ଥିଲେ। ହାତୀ ମହିଳାଙ୍କୁ ଟାଣି ଆଣି ଶୁଣ୍ଢରେ କଚାଡ଼ି ଦେଇଥିଲା। ଏହାଫଳରେ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତେବେ ଏହି ଆକ୍ରମଣରୁ ନାବାଳିକା ଝିଅ ବର୍ତ୍ତି ଯାଇଥିଲେ। ମୃତ ମହିଳାଜଣକ ହେଲେ ସମ୍ବାରି ଜରିକା। ଘଟଣାସ୍ଥଳରେ ବଣାଇ ରେଞ୍ଜର ଓ ଅନ୍ୟ ବନ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Related Posts