ଆଜି ହିମାଚଳ ପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ୧୧,୨୮୧ କୋଟି ଟଙ୍କାର ବିଭିନ୍ନ ବିକାଶ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏଥିସହ ମଣ୍ଡି ଜିଲ୍ଲା ପଡ୍ଡଲ ପଡ଼ିଆରେ ଆୟୋଜିତ ସମାବେଶକୁ କରିବେ ସମ୍ବୋଧନ ।
ଆଜି ସ୍ବାଧୀନତାର ଅମୃତ ଦିବସ ଓ ହିମାଚଳ ପ୍ରଦେଶର ପୂର୍ଣ୍ଣ ରାଜତ୍ବର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି (Narendra Modi)। ଏଥିସହ ପ୍ରଦେଶ ସରକାରଙ୍କ କାର୍ଯ୍ୟକାଳ ୪ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।
