ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ) : ଆସନ୍ତା ୧୫ ଅକ୍ଟୋବରରୁ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ ମର୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଚାର୍ଜେସ ଲାଗୁ ହେବାର ଅଛି। ଏହା ପୂର୍ବରୁ RBIର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏ ନେଇ ବଡ଼ ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ ସ୍ପଷ୍ଟ କରିଦେଇଛନ୍ତି କି, ଏହି ନୂଆ ଦର ଲାଗୁ ହେବା ଦ୍ବାରା ୟୁପିଆଇ ଟ୍ରାଞ୍ଜାକ୍ସନରେ କୌଣସି ଖାସ୍ ପ୍ରଭାବ ପଡ଼ିବ ନାହିଁ । ସେ କହିଛନ୍ତି କି ଏହି ଚାର୍ଜେସ ୨୦୦୦ଟଙ୍କାରୁ ଅଧିକ ମର୍ଚାଣ୍ଟ ପେମେଣ୍ଟ ଉପରେ ଲାଗାଯିବ । ଏଭଳି ସ୍ଥଳେ ଛୋଟ ପେମେଣ୍ଟସ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଛୋଟ ପେମେଣ୍ଟସ ଯେଭଳି ଭାବେ ହୋଇଆସୁଛି ଠିକ୍ ସେହିଭଳି ରହିବ । ପ୍ରକାଶ ଯେ, ବୁଧବାର RBI ଗଭର୍ଣ୍ଣର ଏହି ବୟାନ ଜାରି କରିଛନ୍ତି । ସେ ଏହାକୁ ନେଇ ନିଜ ବୟାନରେ କହିଛନ୍ତି କି, ‘ଆମେ ବର୍ତ୍ତମାନ ନେଣଦେଣ ପରିମାଣରେ କୌଣସି ହ୍ରାସ ଦେଖୁନାହୁଁ ।
