ୟୁପି ଟାଇପ୍’ କହି ଫସିଲେ କେନ୍ଦ୍ର ଅର୍ଥମନ୍ତ୍ରୀ: ଘେରିଲା କଂଗ୍ରେସ

ବିରୋଧୀଙ୍କ ଟାର୍ଗେଟ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ୟୁପି ବାସୀଙ୍କୁ ଅପମାନିତ କରିଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ | କେନ୍ଦ୍ର ଅର୍ଥମନ୍ତ୍ରୀ ୟୁପି ବାସୀଙ୍କୁ ଅପମାନିତ କରିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ | ‘ ୟୁପି ଟାଇପ୍’ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ସୀତାରମଣ ଏମିତି କଥା କହିଲେ ଯେ, ଏହାକୁ ଏବେ ନିର୍ବାଚନୀ ରଣନୀତି କରିଛି କଂଗ୍ରେସ । ଏହାସହ ଉତ୍ତରପ୍ରଦେଶର ଭାଷା, ସଂସ୍କୃତି ଓ ଇତିହାସକୁ ଉପହାସ କରିଛନ୍ତି ବୋଲି ଟ୍ୱିଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ, ବଜେଟରେ ୟୁପିକୁ ତ କିଛି ଦେଲନି, ଠିକ୍ ଅଛି କିନ୍ତୁ ଅନ୍ତତଃ ୟୁପିର ଲୋକଙ୍କୁ ଏପରି ଅପମାନ କରିବା କ’ଣ ଦରକାର ଥିଲା’ ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ।

ନିଜ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟ ବ୍ୟତୀତ ଉତ୍ତରପ୍ରଦେଶର କଂଗ୍ରେସ ଟ୍ୱିଟର ହ୍ୟାଣ୍ଡେଲରୁ ମଧ୍ୟ ସୀତାରମଣଙ୍କୁ ତିରସ୍କାର କରିଛନ୍ତି ପ୍ରୟଙ୍କା । ସେ ଲେଖିଛନ୍ତି ଯେ, ‘ ୟୁପି ଟାଇପ୍ ହେବା ଏଠିକାର ଲୋକଙ୍କ ପାଇଁ ଗୌରବର ବିଷୟ । କିନ୍ତୁ ୟୁପିର ଇତିହାସ ନଜାଣି ଏହାର ବୌଦ୍ଧିକ ଇତିହାସ ଓ ଚେତନାକୁ ଉପହାସ କରିବା ବାସ୍ତବିକ କ୍ଷୋଭର ବିଷୟ । ଓୀତାରମଣଙ୍କୁ ‘ୟୁପି ଟାଇପ୍’ ମନ୍ତବ୍ୟ ବିରୋଧରେ କଂଗ୍ରେସ ଆରମ୍ଭ କରିଛି –‘ୟୁପି- ମେରା- ଅଭିମାନ’ହ୍ୟାସଟ୍ୟାଗ୍ ।

ତେବେ ଜାଣନ୍ତୁ ପୁରା ଘଟଣା ଥିଲା କିଛି ଏହିପରି :

ବଜେଟ୍ ପରିବେଷଣ ପରେ ମୋଦୀ ସକରାରଙ୍କୁ ଟାର୍ଗେଟ କରି ସୀତାରମଣଙ୍କ ବଜେଟ୍ ଶୂନ୍ୟ ବଜେଟ୍ ବୋଲି କହିଥିଲେ । ରାହୁଲ ଗାନ୍ଧୀ କହିଥିଲେ ଯେ, ଏହି ବଜେଟରେ ସ୍ୟାଲୋରୀ କ୍ଲାସ୍, ମଧ୍ୟବିତ୍ତ ଓ ଗରୀବ ବର୍ଗଙ୍କ ପାଇଁ କିଛି ନାହିଁ । ଖାଲି ସେତିକି ନୁହେଁ ଏହି ବଜେଟରେ ଚାଷୀ, ଯୁବକ ଓ ଏମଏସଏମଇ ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ କିଛି ନାହିଁ । ଏନେଇ ପ୍ରଶ୍ନ ପଚରାଯିବାରୁ ଏହାର ଜବାବ ଦେବାକୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କୁ ଏହି ପ୍ରଶ୍ନକୁ ପାସ୍ କରିଦେଇଥିଲେ ସୀତାରମଣ । ଜବାବ ଦେବାକୁ ଯାଇ ରାହୁଲ ଗାନ୍ଧୀ ବୋଧହୁଏ ବଜେଟକୁ ବୁଝିପାରିଲେନି ବୋଲି କହିଥିଲେ ଚୌଧୁରୀ । ତାପ ରେ ପାଳି ଧରି ନିର୍ମଳା ସୀତାରମଣ ଯାହା କହିଥିଲେ ତାକୁ ନେଇ ଏବେ ରାଜନୀତି ଝଡ । ‘ପଙ୍କଜ ଚୌଧୁରୀ ଟିପିକାଲ ୟୁପି ଟାଇପ୍ ଉତ୍ତର ଦେଇଛନ୍ତି’ବୋଲି କହିଥିଲେ ସୀତାରମଣ । ଅର୍ଥମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ କ୍ଷୁବ୍ଧ ହୋଇ ଉଠିଛି ୟୁପି କଂଗ୍ରେସ ।

Related Posts