୧୩ରେ ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ

ଆସନ୍ତା ୧୩ ତାରିଖରେ କଟକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୫ ଲକ୍ଷ ୫ ହଜାର ୬୯୯ ହିତାଧିକାରୀଙ୍କୁ ବାଣ୍ଟିବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ | ବାଲିଯାତ୍ରା ପଡିଆରେ ଆୟୋଜିତ ହେବେ ଏହି କାର୍ଯ୍ୟକ୍ରମ | ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ପ୍ରମୁଖ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ମନ୍ତ୍ରୀଙ୍କ ସମୀକ୍ଷା ସମୟରେ ଡିସିପି ପ୍ରତୀକ୍‌ ସିଂହ, ସିଏମ୍‌ସି କମିଶନର ଅନନ୍ୟା ଦାସ, ପିଡି ଅମ୍ବର କୁମାର କର, ଓଡିଶା ମୋ ପରିବାରର କଟକ ଜିଲ୍ଲା ସଂଯୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ |

କଟକ ଜିଲ୍ଲାରେ କଟକ ମହାନଗର ଅଞ୍ଚଳର ୫୯ଟି ୱାର୍ଡରୁ ୭୪,୫୯୦ ଜଣ, ଚୌଦ୍ବାର ପୌର ପରିଷଦରୁ ୬୫୭୧, ଆଠଗଡ଼ ଏନ୍‌ଏସିରୁ ୨୯୨୦, ବାଙ୍କୀ ଏନ୍‌ଏସିରୁ ୨୯୦୯, କଟକ ସଦର ବ୍ଲକ୍‌ରୁ ୩୦,୮୧୦, ବାଙ୍କୀରୁ ୨୫,୬୦୬, ଆଠଗଡ଼ରୁ ୩୧,୩୧୨, ବଡମ୍ବାରୁ ୩୬,୨୭୩, ବାରଙ୍ଗରୁ ୧୮,୮୭୧, ଡମପଡାରୁ ୨୨,୦୩୭, କଣ୍ଟାପଡାରୁ ୧୭,୮୪୧, ମାହାଙ୍ଗାରୁ ୪୧,୫୫୨, ନରସିଂହପୁର ୩୪, ୩୨୮, ନିଆଳି ୨୯, ୨୩୩, ନିଶ୍ଚିନ୍ତକୋଇଲିରୁ ୪୩,୭୨୮, ସାଲେପୁର ୪୦, ୩୭୬, ଟାଙ୍ଗୀରୁ ୩୧,୭୮୫, ତିଗିରିଆରୁ ୧୪,୯୫୭ଜଣ ହିତାଧିକାରୀ ବିଏସ୍‌କେୱାଇ ଯୋଜନାରେ ସ୍ମାର୍ଟ କାର୍ଡ ପାଇବେ |

Related Posts