“ଦିବ୍ୟ ଶଙ୍କର ଇସ୍ତଫା ଦିଅ” ଭୁବନେଶ୍ଵର ରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ବିକ୍ଷୋଭ

ମମତା ମେହେର ହତ୍ୟା କାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି | ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି ଯୁବମୋର୍ଚ୍ଚା | ଏନେଇ ଏକ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ।

ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ ହେଉଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ପୁଲିସ ଲାଠିଚାର୍ଜ କରିଥିଲା। ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରତିବାଦ ଶୋଭାଯାତ୍ରା ବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ।

Related Posts