୨୦୨୧ରେ ରାଜ୍ୟରେ ସର୍ବାଧିକ ବଜ୍ରପାତ ନେଇଛି ୨୧୩ ଜଣଙ୍କ ଜୀବନ: ଆଇଏମଡି

ଓଡିଶା ଉପରୁ ଯେପରି ପାକୃତିକ ବିପର୍ଯୟ ପିଛା ଛାଡ଼ୁନି | ୨୦୨୧ରେ ରାଜ୍ୟରେ ସର୍ବାଧକ ବଜ୍ରପାତ ଯୋଗୁ ୨୧୩ ଜଣଙ୍କୁ ମୃତ୍ୟୁ ହୋଇଛି । ଆଇଏମଡି ପକ୍ଷରୁ ଜାରି ୨୦୨୧ ଜଳବାୟୁ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରାଯାଇଛି | ଏହି ତଥ୍ୟ ଅନୁସାରେ, ଗତବର୍ଷ ବଜ୍ରପାତରେ ମୋଟ ୭୮୦ ଜଣଙ୍କ ଜୀବନ ଯାଇଛି । ଏଥିମଧ୍ୟରେ ଓଡିଶାରେ କେବଳ ସର୍ବାଧିକ ୨୧୩ ମୃତ୍ୟୁ ହୋଇଛି ।

ଓଡିଶା ପଛକୁ ରହିଛି ମଧ୍ୟପ୍ରଦେଶ ଓ ବିହାର । ମଧ୍ୟପ୍ରଦେଶରେ ମୋଟ ୧୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରର ୮୯ ଜଣ ପ୍ରାଣ ହରାଇଛନ୍ତି ।

ତେବେ ବିପର୍ଯ୍ୟୟ ଜନିତ ମୃତ୍ୟୁରେ ଓଡିଶା ଦ୍ୱିତୀୟରେ ରହିଥିବାବେଳେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଅଛି । ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୩୫୦ ହୋଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨୨୩ । ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ବାଦ୍ ବାତ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ବାତ୍ୟା ୟାସରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଲାବ ବାତ୍ୟାରେ ଜଣକର ଜୀବନ ଯାଇଛି । ରିପୋର୍ଟ ଅନୁସାରେ, ୨୦୨୧ ଦେଶ ପାଇଁ ଥିଲା ସବୁଠାରୁ ଉତ୍ତପ୍ତ ବର୍ଷ । ସ୍ୱାଭାବିକଠାରୁ ଗତବର୍ଷ ତାପମାତ୍ରା ୦.୪୪ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା । ଯଦିଓ ଏହା ୨୦୧୬ ଠାରୁ କମ ଥିଲା ।

ଏହାଛଡ଼ା, ସମାନ କାରଣ ହେତୁ କେରଳରେ ୬୭, ରାଜସ୍ଥାନରେ ୬୨, ହିମାଚଳ ପ୍ରଦେଶରେ ୫୯, ଝାଡ଼ଖଣ୍ଡରେ ୫୭, ଆନ୍ଧ୍ର ପ୍ରଦେଶରେ ୫୦, କର୍ଣ୍ଣାଟକରେ ୪୫, ତାମିଲନାଡୁରେ ୩୪, ଜମ୍ମୁ ଓ କଶ୍ମୀରରେ ୩୨, ତେଲେଙ୍ଗାନାରେ ୨୫ ଏବଂ ଆସାମରେ ୧୪ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ଅସ୍ବାଭାବିକ ପାଣିପାଗ ଅଘଟଣ ଯୋଗୁଁ ୭ଜଣ ପ୍ରାଣ ହରାଇଥିବା ବେଳେ ପ୍ରବଳ ବୃଷ୍ଟିପାତ ଏବଂ ବନ୍ୟା ଯୋଗୁଁ ୪ଜଣଙ୍କର ମୃତ୍ୟୁ ଘଟିଛି । ଭାରତୀୟ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ୨୦୨୧ ଥିବା ୧୯୦୧ରୁ ରେକର୍ଡ କରାଯାଇ ଆସିଥିବା ଉଷ୍ମତମ ବର୍ଷ ମଧ୍ୟରୁ ୫ମ। ୧୫ଟି ଉଷ୍ମତମ ବର୍ଷ ମଧ୍ୟରୁ ୨୦୦୭ ରୁ ୨୦୨୧ ମଧ୍ୟରେ ରହିଛି ୧୧ଟି ଉଷ୍ମତମ ବର୍ଷ ।

Related Posts