କମେଡି କିଙ୍ଗ୍ କପିଲ୍‌ ଶର୍ମାଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଉପରେ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବାୟୋପିକ୍‌ | ସୋନି ଟିଭିର ସବୁଠାରୁ ଲୋକପ୍ରିୟ ଶୋ ଦ କପିଲ୍‌ ଶର୍ମା ସୋ ଏବେ ସମସ୍ତଙ୍କ ଘରେ ଘରେ ପରିଚିତ | ନିଜର ପ୍ରତିଭା ଏବଂ ପରିଶ୍ରମ ବଳରେ ଇଣ୍ଡଷ୍ଟ୍ରୀରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ବେଳେ, ସମସ୍ତ ମୁହଁରେ ହସ ଆଣିବାରେ ତାଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ |

ତେବେ ଏହାରି ମଧ୍ୟରେ କପିଲଙ୍କୁ ନେଇ ଆସିଛି ଆଉ ଏକ ଖବର । କମେଡିଆନ କପିଲଙ୍କର ଆସିବାକୁ ଯାଉଛି ବାୟୋପିକ୍ ଫିଲ୍ମ । ଏନେଇ ଶୁକ୍ରବାର ମକର ସଂକ୍ରାନ୍ତି ଅବସରରେ କରାଯାଇଛି ଏହାର ଘୋଷଣା କରାଯାଇଛି । ଏହାକୁ ଅଫିସିଆଲି ଭାବେ ପ୍ରଯୋଜକ ମହାବୀର ଜୈନ କରିଛନ୍ତି ଏହି ଘୋଷଣା। ଫିଲ୍ମଟିର ନାଁ ରହିବ ‘ଫନ୍‌କାର’।

ଲଇକା ପ୍ରୋଡକ୍ସନ ବ୍ୟାନରେ ତିଆର ହେବ ଏହି ଫିଲ୍ମ । ଏହାର ନିର୍ଦ୍ଦେଶନା ଦେବେ ‘ଫୁକ୍‌ରେ’ ଫେମ୍‌ ମୃଗଦୀପ ସିଂହ ଲାମ୍ବା। ମୃଗଦୀପ ଏବେ ‘ଫୁକ୍‌ରେ ୩’ ପାଇଁ କାମ କରୁଥିବା ବେଳେ ଆଗକୁ ଜଣାଶୁଣା କମେଡିଆନ୍ କପିଲ ଶର୍ମାଙ୍କ ବାୟୋପିକ୍ ଦେଖିବାକୁ ପାଇବେ ବୋଲି କହିଛନ୍ତି। ସେହିପରି ପ୍ରଯୋଜକ ମହାବୀର ଜୈନ କହିଛନ୍ତି, ଦେଶର କୋଟି କୋଟି ଲୋକ ଏବେ କପିଲ ଶର୍ମାଙ୍କ ଯୋଗୁ ହସିବାର ସୁଯୋଗ ପାଇଛନ୍ତି। କପିଲଙ୍କ ଜୀବନ ଉପରେ ଫିଲ୍ମ କରିବାକୁ ଯାଉଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। କପିଲ କିପରି ବଲିଉଡରେ ପ୍ରବେଶ କଲେ । ଏହା ସହ ତାଙ୍କ ବଲିଉଡ୍‌ ଯାତ୍ରାରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ଏଥିରେ ତାଙ୍କ ଜୀବନର ଅନେକ ଅଜଣା ଓ ଅକୁହା କଥା ବିଷୟରେ ଜାଣିବେ ।

Related Posts