ଦିଲ୍ଲୀରେ ବୃଦ୍ଧି ପାଇଲା ଡେଙ୍ଗୁ ମୃତକଙ୍କ ସଂଖ୍ୟା । ଗୋଟିଏ ଦିନରେ ୬ ଜଣଙ୍କ ମୃତ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି । ଚଳିତବର୍ଷ ସଂକ୍ରମିତ ହେଲେଣି ପ୍ରାୟ ୧୦ ହଜାର ।

ଦିଲ୍ଲୀରେ ଡେଙ୍ଗୁ ୨୦୧୫ ମସିହାର ରେକର୍ଡ ଭାଙ୍ଗିଥିବାବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି । ଗତ ଗୋଟିଏ ସପ୍ତାହରେ ୧୩୦ ନୂଆ କେସ ରେକର୍ଡ କରାଯାଇବା ସ୍ବାସ୍ଥ୍ୟ ବିଭାଗ କହିଛି । ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁର ସର୍ବାଧିକ ଭୟାବହତା ଦେଖିବାକୁ ମିଳିଥିଲା । ସେହିବର୍ଷ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଦିଲ୍ଲୀବାସୀ ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ । କୋରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଆଜି ଠାରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେବାକୁ ଯାଉଛି ।