ବୌଦ୍ଧ, (ସତ୍ୟପାଠବ୍ୟୁରୋ): ବୌଦ୍ଧ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ସିଙ୍ଗାରୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଦୁଇଟି ମାଲବାହୀ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୨ଟି ଗାଡି ଚୁରମାର୍ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୌଦ୍ଧରୁ ସୋନପୁର ପଟକୁ ଦୁଇଟି ଟ୍ରକ୍ ଯାଉଥିଲେ । ବୌଦ୍ଧ ବ୍ଲକ ସିଙ୍ଗାରୀ ଛକ ନିକଟରେ ଆଗରେ ଯାଉଥିବା ଏକ ଆଳୁ ବୋଝେଇ କଣ୍ଟେନର୍ ଟ୍ରକ୍‌ କୁ ଏକ ସୋଲାର ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ସୋଲାର ବୋଝେଇ ଟ୍ରକ୍ ର ଡ୍ରାଇଭର୍ କ୍ୟାବିନ ଭିତରେ ଫସି ଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗ୍ୟାସ୍ କଟରରେ କ୍ୟାବିନକୁ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାଉଁଶୁଣୀ ପୋଲିସ ଗାଡି ଦୁଇଟିକୁ ଜବତ କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ।