୫ ହରିଣ ଛାଲ ସହ ୨ ଜଣଙ୍କୁ ଗିରଫ କଲା STF

ବନ୍ୟଜନ୍ତୁ ଙ୍କୁ ଶିକାର କରିବା ତାଙ୍କ ହାଡ଼, ଦାନ୍ତ ଓ ଚମଡାକୁ ବିକ୍ରି କରି ମାଲା ମାଲ ହେବାର ସ୍ବପ୍ନ 2 ଅଭିଯୁକ୍ତ ଙ୍କ ର ଅଧାରେ ରହିଯାଇଛି । STF ହରିଣ ଛାଲ ଜବତ ସହ 2 ଅଭିଯୁକ୍ତଙ୍କୁ ଗିରଫ କରିଛି । ବାଇକରେ ନେବା ସମୟରେ ୫ଟି ହରିଣ ଛାଲ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା 2 ଅଭିଯୁକ୍ତ ହେଉଛନ୍ତି ବଳଙ୍ଗା କେତକି ପାଟଣାର କୃଷ୍ଣଚନ୍ଦ୍ର ସ୍ବାଇଁ, ନୀତିଗଡ ଗୋପର ସୁନିଲ କୁମାର‌ ପଲେଇ । ଉଭୟ ପୁରୀ ଜିଲ୍ଲାର ହୋଇଥିବା ଜଣାପଡିଛି ।

ତେବେ ଏମାନେ କେଉଁଠୁ ହରିଣ ଛାଲ ଆଣିଲେ ସେନେଇ ତଦନ୍ତ ଆରମ୍ଭ କରିଛି STF । ଅନ୍ୟପଟେ ତଥ୍ୟ ଅନୁଯାୟୀ ୨୦୨୦ରୁ ଏଯାବତ ୧୨ ଟି ହରିଣ ଛାଲ ଜବତ କରାଗଲାଣି । ଏତେ କଟକଣା ସତ୍ତ୍ବେ କିପରି ହରିଣ ଛାଲ ବେପାର ଚାଲିଛି ତାହା ତଦନ୍ତ ସାପେକ୍ଷ ।

Related Posts