ବିଦ୍ୟାଳୟରେ କଡ଼ା କଡ଼ି ପାଳନ ହେଉଛି ଏସଓପି: ସମୀର ରଞ୍ଜନ ଦାସ

କୋଭିଡ ସଂକ୍ରମଣ ହାର କମିଥିବା ବେଳେ ରାଜ୍ୟରେ କଟକଣା ଓ ପୁରା ସୁରକ୍ଷା ସମ୍ବନ୍ଧୀୟ ନିୟମାବଳୀ ଆଧାରରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଶିକ୍ଷାଦାନ । କଡ଼ା ସୁରକ୍ଷାରେ ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଆଯାଉଛି। କୋଭିଡ ସଂକ୍ରମଣ ଏଡାଇବା ପାଇଁ ଗଣଶିକ୍ଷା ବିଭାଗ (Mass and Educations Department) ଜାରି କରିଛି ସ୍ବତନ୍ତ୍ର ଏସଓପି (Standard operating procedure) ।

ତେବେ ଏହାସତ୍ତ୍ବେ ଢେଙ୍କାନାଳ, ପୁରୀ, ସୁନ୍ଦରଗଡ ସମେତ ଅନ୍ୟ କିଛି ଜିଲ୍ଲାରେ ବିଦ୍ୟାଳୟ ଓ ଆବାସିକ ହଷ୍ଟେଲ ଗୁଡିକରେ ମହାମାରୀ ସଂକ୍ରମଣ ହୋଇଛି । ସଂକ୍ରମଣ ଜଣାପଡିବା ପରେ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ତ୍ବରିତ ପଦକ୍ଷେପ ନେଇଛନ୍ତି । ତଥାପ ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କ ମଧ୍ୟରେ ଆଶା ଆଶଙ୍କା ଲାଗି ରହୁଛି ।ସ୍କୁଲ ଗୁଡିକରେ SOP କଡାକଡି କାର୍ଯ୍ୟକାରୀ କରାଯାଇଛି: ଗଣଶିକ୍ଷା ମନ୍ତ୍ରୀଏହାକୁ ନେଇ ଆଜି ବିଧାନସଭା ପରିସରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ( Mass and Education Minister Samir Ranjan Das ) କହିଛନ୍ତି ସ୍କୁଲ ଗୁଡିକରେ ଏସଓପି କଡାକଡି ଲାଗୁ କରାଯାଉଛି । ଛାତ୍ରଛାତ୍ରୀ ମାନେ ସ୍କୁଲରୁ ଘରକୁ ଫେରିବା ପରେ ଅନ୍ୟ ଆଡେ ଯାଉଛନ୍ତି । ସେଥିପାଇଁ କାଁ ଭାଁ କିଛି ସଂକ୍ରମିତ ହେଉଛନ୍ତି । ଥଣ୍ଡା ଜ୍ବର ହେଲେ ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି ।

Related Posts