୭ରୁ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବ ହାଇକୋର୍ଟ

ରାଜ୍ୟରେ ଏବେ ସଂକ୍ରମଣ ତଳ ମୁହାଁ ହୋଇ ରହିଛି | ସଂକ୍ରମଣ କମୁଥିବା ବେଳେ, ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଓ ପଯ୍ୟାଟନ ସ୍ଥଳ ଖୋଲିବାରେ ଲାଗିଛି | ଏହି କ୍ରମରେ ଆସନ୍ତା ୭ ତାରିଖରୁ ହାଇକୋର୍ଟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ ଚାଲିବା ନେଇ ନିଷ୍ପତି ନିଆଯାଇଛି | ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜୁୁଡିସିଆଲ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛନ୍ତି। ୭ ତାରିଖରୁ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟରେ ମାମଲାର ଶୁଣାଣି ଜାରି ରହିବ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୦ରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ କେବଳ ଭିଡିଓ କନଫରେନ୍ସରେ ହାଇକୋର୍ଟରେ ମାମଲାର ଶୁଣାଣି ହେଉଥିଲା।

ସେହିପରି ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଚାଲୁଥିଲା। ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ସରକାରଙ୍କ ନୂଆ ଗାଇଡ୍‌ଲାଇନ ଅନୁଯାୟୀ ହାଇକୋର୍ଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Related Posts