୮୯୦୦ ପୋଷ୍ଟ ବାକ୍ସରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇବେ ବିଜେପି କର୍ମୀ

ସତ୍ୟପାଠ 25/12 ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସରକାର ନିଦାବିଷ୍ଣୁ । କେବଳ ମମିତା ହତ୍ୟାକାଣ୍ଡ ନୁହେଁ, ଅତୀତରେ ପରୀ, ମାଧବୀଲତା, ବେବିନା, ଇତିଶ୍ରୀ ଭଳି ଅନେକ ସମ୍ବେଦନଶୀଳ ଘଟଣାରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିବା ସତ୍ତ୍ବେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ତେଣୁ ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆସନ୍ତା ୨୬ ଓ ୨୭ତାରିଖରେ ରାଜ୍ୟର ୮୯୦୦ ପୋଷ୍ଟ ବାକ୍ସରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି ଲେଖି ଜବାବ ମାଗିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ, ୧୯୯୯ ମସିହା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଦୁଷ୍କର୍ମ ଘଟଣାରେ ସେ ସମୟରେ ବିରୋଧୀ ଦଳରେ ଥିବା ବର୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଥିବା କଥା ଶ୍ରୀମତୀ ସାମନ୍ତସିଂହାର କହିଥିଲେ । ମାତ୍ର ଆଜି ନିଦାବିଷ୍ଣୁ। ରାଜ୍ୟରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତବର୍ଷ ଘୋଷଣା କରିଥିଲେ। ମମିତା ପ୍ରସଙ୍ଗରେ ବିଜେପିର ଏକ ପ୍ରତିନିଧି ଦଳ ଏହି ପ୍ରକୋଷ୍ଠ ଦାୟିତ୍ବରେ ଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାକ୍ଷାତ ପାଇଁ ଯାଇଥିବା ବେଳେ ଏଭଳି କିଛି ତଦନ୍ତ କ୍ଷମତା ଦିଆଯାଇନାହିଁ ଓ ଏହା ସଂପୃକ୍ତ ଜିଲ୍ଲା ପୁଲିସ ପରିସୀମାଭୁକ୍ତ ବୋଲି କୁହାଯାଇଥିଲା। ତେଣୁ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। ରାଜ୍ୟରେ ଦୈନିକ ୪ ଦୁଷ୍କର୍ମ ଓ ୬ ଅପରହଣ ଘଟଣା ଘଟୁଛି। ୫ବର୍ଷରେ ୨୭ହଜାର ଶିଶୁ ନିଖୋଜ ଅଛନ୍ତି। ପୀଡ଼ିତାମାନଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସେ କହିଛନ୍ତି।

Related Posts