ୱେଷ୍ଟଇଣ୍ଡିଜ୍ ଟିମ୍‌ରେ ପଶିଲା କରୋନା, 5 ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ସୂଚନା

ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍‌ରେ ପଶିଛି କରୋନା | ତିନି ଖେଳାଳି ଓ ଦୁଇ ଜଣ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଟିମ୍‌ର ୬ଜଣ ଖେଳାଳି କରୋନା ସଂକ୍ରମିତ ହେବା ଫଳରେ ଆଗାମୀ ମ୍ୟାଚ୍‌ଗୁଡ଼ିକ ରଦ୍ଦ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ପାକିିସ୍ତାନ କ୍ରିକେଟ୍ ବୋର୍ଡ ଦ୍ୱାରା କରାଯାଇଥିବା ସଦ୍ୟ କରୋନା ଟେଷ୍ଟରେ ୱିକେଟ୍‌କିପର୍ ଶାଇ ହୋପ୍‌, ବାମହାତୀ ସ୍ପିନର୍ ଅକିଲ୍ ହୁସେନ୍ ଓ ଅଲ୍‌ରାଉଣ୍ଡର୍ ଜଷ୍ଟିନ୍ ଗ୍ରୀଭ୍‌ସ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସହାୟକ କୋଚ୍ ରୋଡି ଏଷ୍ଟଭିକ୍ ଓ ଟିମ୍ ଡାକ୍ତର ଅକ୍ଷୟ ମାନସିଂହ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ସଂକ୍ରମିତ ୩ ଖେଳାଳି ସିରିଜ୍‌ର ଶେଷ ଟି-୨୦ରେ ଖେଳିପାରିବେ ନାହିଁ ଏବଂ ଦୁଇ ସପୋର୍ଟ ଷ୍ଟାଫ୍‌ଙ୍କ ସହ ସେମାନେ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିରୀକ୍ଷଣରେ ରହିବେ । ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପର୍ଯ୍ୟନ୍ତ ନଚେତ୍ ୧୦ ଦିନ ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍ ନିୟମ ମାନିବାକୁ ପଡ଼ିବ ।

Related Posts