କଂଗ୍ରେସ ବିଧାୟକଙ୍କ ଲଜ୍ୟାଜନକ ମନ୍ତବ୍ୟ, ବିଧାନସଭା ଗୃହରେ ହେଲେ ଲୋକହସା

ଅନେକ ସମୟରେ ଅନେକ ମନ୍ତ୍ରୀ ହଉ ଅବା ବିଧାୟକ ନିଜ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚାରେ ରହି ଆସୁଛନ୍ତି | ତେବେ ଏବେ ଏଭଳି ଏକ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ଜଣେ କଂଗ୍ରେସ ବିଧାୟକ । ବିଧାନସଭା ଭଳି ପବିତ୍ର ଗୃହରେ ଅପଶଦ୍ଦ ବ୍ୟବହାର କରି ଲୋକହସା ହୋଇଛନ୍ତି | କଂଗ୍ରେସ ବିଧାୟକ କେଆର ରମେଶ କୁମାର | କର୍ଣ୍ଣାଟକ ବିଧାନସଭାରେ ରମେଶ କୁମାର କହିଛନ୍ତି ଯଦି ଦୁଷ୍କର୍ମକୁ ଅଟକାଇ ପାରିବେ ନାହିଁ କିମ୍ବା ବର୍ତ୍ତିପାରିବେ ନାହିଁ ସେତେବେଳେ ତାହାକୁ ଉପଭୋଗ କରିବା ଉଚିତ୍‌ । ଆପଣ ବର୍ତ୍ତମାନ ସେହି ସ୍ଥିତିରେ ଅଛନ୍ତି । ବିଧାୟକଙ୍କ ଏହି କଥା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ ।

ସୂଚନାଅନୁସାରେ, କର୍ଣ୍ଣାଟକ ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଓ ଚାଷୀଙ୍କ ସମସ୍ୟା ବିଷୟରେ ସମୟରେ ବିଧାୟକମାନେ ଗୃହରେ ତଥ୍ୟା ଉପସ୍ଥାପନ କରିବାକୁ ଚାହୁଁଥିଲେ । ଏହି ସମୟରେ ବାଚସ୍ପତି ବିଶେଶ୍ବର ହେଗଡେ କାଗେରି ସମୟ କମ ଥିବାରୁ ସେ ଆଲୋଚନାକୁ ଜଲଦି କରିବାକୁ ଚାହୁଁଥିଲେ । କିନ୍ତୁ ବିରୋଧୀ ବିଧାୟକମାନେ ସମୟ ବଢ଼ାଇବାକୁ ଦାବି କରିଥିଲେ। ଯଦି ସମସ୍ତଙ୍କୁ ସମୟ ଦିଆଯିବ, ତା ହେଲେ ଅଧିବେଶନ କେମିତି ସରିବ ବାଚସ୍ପତି ସ୍ମିତ ହାସ୍ୟ ଦେଇ କହିଥିଲେ । ମୁଁ ଏମିତି ସ୍ଥିତିରେ ଅଛି ଯେଉଁଠାରେ ମୋତେ ମଜା ନେବାକୁ ହେବ ଓ ଆପଣଙ୍କ କଥାରେ ହଁ କରିବାକୁ ପଡ଼ିବ। ମୋତେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ନ କରିବା ଦରକାର ?ବାଚସ୍ପତିଙ୍କ ଏହି କଥାକୁ ଦୁଷ୍କର୍ମ ସହ ତୁଳନା କରିଥିଲେ ବିଧାୟକ । ସ୍ମିତ ହାସ୍ୟ ଦେଇ କହିଥିଲେ ଆପଣ ଦୁଷ୍କର୍ମକୁ ଅଟକାଇବାରେ ସକ୍ଷମ ହେବେ ନାହିଁ ତେବେ ତାକୁ ଉପଭୋଗ କରିବା ଉଚିତ୍‌ । ବର୍ତ୍ତମାନ ଆପଣ ସେଭଳି ସ୍ଥିତିରେ ଅଛନ୍ତି ବୋଲି କହିଥିଲେ କଂଗ୍ରେସ ବିଧାୟକ । ଏହା ଶୁଣି ବାଚସ୍ପତିଙ୍କ ସମେତ ଗୃହରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ହସିବାକୁ ଲାଗିଥିଲେ । ତାଙ୍କ ଦଳର ମହିଳା ସଦସ୍ୟଙ୍କ ସମେତ ବିଧାୟକମାନେ ତାଙ୍କ ବିବୃତ୍ତିକୁ ନିନ୍ଦା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଧାୟକ କେଆର ରମେଶ କୁମାରଙ୍କ ପାଇଁ ଏହା କିଛି ନୂଆ ନୁହେଁ ପୂର୍ବରୁ ସେ ମଧ୍ୟ ନିଜକୁ ଦୁର୍ଷ୍କମ ପୀଡିତ ସହ ତୁଳନା କରି ହଟହଟା ହୋଇଥିଲେ ।

Related Posts