୧୦୦ କୋଟିର ପୋଞ୍ଜି ସ୍କିମ ମାମଲା; ଅଭିନେତା ପ୍ରକାଶ ରାଜ୍‌ଙ୍କୁ ଇଡି ସମନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତିରୁଚିରାପଲ୍ଲୀର ପ୍ରଣବ ଜୁଏଲର୍ସ ବିରୋଧରେ ଆସିଥିବା ୧୦୦ କୋଟି ଟଙ୍କାର ପୋଞ୍ଜି ସ୍କିମ୍‌ ମାମଲାରେ ଅଭିନେତା ପ୍ରକାଶ ରାଜ୍‌ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ କରିଛି। ୫୮ ବର୍ଷୀୟ ଅଭି‌ନେତା ପ୍ରକାଶ ରାଜ୍‌ ପ୍ରଣବ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ଅଛନ୍ତି। ଆସନ୍ତା ସପ୍ତାହରେ ଇଡିର ଚେନ୍ନାଇ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାଲାଗି ତାଙ୍କୁ କୁହାଯାଇଛି।

ଏହି ମାମଲାରେ ପୁର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩.୭୦ ଲକ୍ଷ ଟଙ୍କାର ନଗଦ ଅର୍ଥ ଏବଂ ୧୧.୬୦ କେଜି ସୁନା ଗହଣା ଜବତ କରାଯାଇଥିଲା। ତ୍ରିଚିଠାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଏତଲା ରୁଜୁ ହୋଇଥିଲା। ସେହି ଏତଲା ଆଧାରରେ ଇଡି ତଦନ୍ତ ‌ଚଳାଇଛି। ସୁନା ନିବେଶ ସ୍କିମ ନାମରେ ପ୍ରଣବ ଜୁଏଲର୍ସ ୧୦୦ କୋଟି ଟଙ୍କା ଜନସାଧାରଣଙ୍କ ଠାରୁ ସଂଗ୍ରହ କରିଥିବା ଅଭିଯୋଗ ଇଓଡବ୍ଲ୍ୟୁ କରିଛି। ଆକର୍ଷଣୀୟ ରିଟର୍ଣ୍ଣ ଦେବା ନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କମ୍ପାନି ଏଥିରେ ବିଫଳ ହୋଇଥିଲା।

Related Posts