କୋଭିଡ କଟକଣାରେ ହେବ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ଚୀନ ସମେତ ବିଶ୍ଵର ଅନ୍ୟାନ୍ୟ ଦେଶ ଗୁଡିକରେ ବ୍ୟାପୁଥିବା କରୋନାର ନୂଆ ଭାରିଆଣ୍ଟ ବିଏଫ୍.୭କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ଯାହାଫଳରେ କୋଭିଡ ନିୟମ ମାନିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ତେବେ ବଢୁଥିବା କୋଭିଡ୍ ପରିସ୍ଥିତି ମଧ୍ୟରେ ଆଗକୁ ଥିବା ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାଙ୍କ ପରୀକ୍ଷାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା। ତେବେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଗଣଶିକ୍ଷା ମନ୍ତ୍ରୀ ଆଜି କହିଛନ୍ତି ଯେ, କୋଭିଡ ଗାଇଡଲାଇନ୍ ଅନୁଯାୟୀ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ହେବ । ଅନ୍ୟ ଦେଶରେ କୋଭିଡ ବଢ଼ୁଥିବାରୁ ନିୟମ ମାନିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟ ଦେଶରେ କୋଭିଡ ବ୍ୟାପୁଥିବାରୁ ପିଲାମାନେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି । ଏହାସହିତ କୋଭିଡ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।

Related Posts