ବାତିଲ୍ ହେଲା ମାଟ୍ରିକ ପରୀକ୍ଷା


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ ପରିକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର । ଏହା ସହ ମଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷା ମଧ୍ୟ ବାତିଲ ହେବ । ପୂର୍ବରୁ ସିବିଏସସି ଓ ଆଇସିଏସସି ପରୀକ୍ଷା ବାତିଲ ହେବା ପରେ ରାଜ୍ୟ ବୋର୍ଡ ଏହା ନିଷ୍ପତି ନେଇଛି । ବୋର୍ଡ ଦ୍ୱାରା ନିର୍ଦ୍ଧାରତ ପଦ୍ଧତିରେ ସେମାନଙ୍କୁ ମାର୍କ ଦିଆଯିବ । ଏହି ପରିକ୍ଷା ଫଳରେ ଯେଉଁ ମାନେ ଅସହମତି ପ୍ରକାଶ କରିବେ ସେମାନେ କରୋନା ମହାମାରୀ କମିବା ପରେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ତାରଖରେ ପରୀକ୍ଷା ଦେଇପାରିବେ । ଏନେଇ ସାମ୍ବାଦିକ ସମ୍ମୀଳନୀରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାସ । ଗତକାଲି ନବୀନ ନିବାସ ସମ୍ମୁଖରେ ଛାତ୍ରଛତ୍ରୀ ମାନେ ପରିକ୍ଷା ବାତିଲକୁ ନେଇ ଆନ୍ଦୋଳନ କରିଥିଲେ ।

Related Posts