ମେ ପ୍ରଥମ ସପ୍ତାହରେ ଶୀର୍ଷରେ ପହଞ୍ଚିବ କୋଭିଡ ସଂକ୍ରମଣ

cbk

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବେକାବୁ ହେଲାଣି କରୋନା ସ୍ଥିତି। ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହ ବେଳକୁ ଓଡ଼ିଶାରେ କୋରୋନା ପିକ୍‌ରେ ରହିପାରେ। ଏହି ସତର୍କ ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ସି.ବି.କେ. ମହାନ୍ତି । ତେବେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ଦାବି କରିଛନ୍ତି। ସାରା ଦେଶରେ ଅକ୍ସିଜେନ କୁ ନେଇ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ଯଥେଷ୍ଟ ପରିମାଣର ଅକ୍ସିଜେନ ମହଜୁଦ୍ ଥିବା ସେ କହିଛନ୍ତି। ଗତଥର ପିକ୍ ସମୟରେ ଯେତିକି ଅମ୍ଳଜାନ ଥିଲା ଏବେ ତା’ଠାରୁ ବହୁତ ଅଧିକ ରହିଛି। ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି। ଏଥର ବେଡ, ICU ଯଥେଷ୍ଟ ପରିମାଣର ରହିଥିବା ସେ କହିଛନ୍ତି। ରାଜ୍ୟରେ ଏବେ ୭୧ଟି କୋଭିଡ଼ ହସ୍ପିଟାଲ ଥିବାବେଳେ ଏବେ ୩୧ଟି ଚାଲୁଛି । ୨୬% ବେଡ, ୧୪.୧୮% ଆଇସିୟୁ, ମାତ୍ର ୧୦% ଭେଣ୍ଟିଲଟର ବ୍ୟବହୃତ ହୋଇଛି ବୋଲି DMET ନିର୍ଦ୍ଦେଶକ ସି.ବି.କେ. ମହାନ୍ତି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ , ଆଜି ଆଉ ୪୮୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ୩୦୯୨୭ ଆକ୍ଟିଭ କେସ୍‌ ରହିଥିବା ବେଳେ ଆଜି ୫ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Related Posts