
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଚେରୀ ଡେଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ଭିତରକୁ ପ୍ରବେଶ କରି ଗିରଫ ହୋଇଥିବା ବ୍ୟକ୍ତିଙ୍କ ନିକଟରୁ ୧୧ ଟି ସିମ୍ କାର୍ଡ ଜବତ ହୋଇଥିବା ଜଣାପଡିଛି। ପୁଲିସର ସୂଚନା ଅନୁସାରେ ୩୦ ବର୍ଷ ବୟସ୍କ ଅଭିଯୁକ୍ତ ଏହି ସିମ କୁ ଝାଡ଼ଖଣ୍ଡ, ବିହାର ଏବଂ ବାଂଲାଦେଶକୁ କଲ କରିବାପାଇଁ ବ୍ୟବହାର କରିଥିବା ଜଣାପଡିଛି। ଅଭିଯୁକ୍ତ ମଧ୍ୟ ଗତବର୍ଷ କୌଣସି ବୈଧ କାଗଜ ପତ୍ର ବିନା ବାଂଲାଦେଶ ଯାଇଥିଲା।