
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପ୍ରଥମ ଥର ପାଇଁ ଇଂଲଣ୍ଡକୁ ୧୦ ୱିକେଟ ରେ ହରାଇଛି ଭାରତ। ତେବେ ଇଂଲଣ୍ଡ ର କେନିଂଟନ ଓଭାଲ ପଡିଆ ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଘରୋଇ ଦଳ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିଜର ସମସ୍ତ ୱିକେଟ ହରାଇ ୧୧୦ ରନ କରି ପାରିଥିଲା।ତେବେ ୧୧୧ ରନର ବିଜୟ ଲକ୍ଷ୍ୟ କୁ ଭାରତ କୌଣସି ୱିକେଟ ନହରାଇ ମାତ୍ର ୧୮.୪ ଓଭର ରେ ହାସଲ କରି ଏହି ବୃହତ୍ ବିଜୟ ନିଜ ନାମରେ କରିଛି।