ସୁନ୍ଦରଗଡ଼ରେ ଜାତୀୟ ପତାକା ଉଡ଼ାଇଲେ ଉପମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼(ସତ୍ୟପାଠବ୍ୟୁରୋ): ୮୦ତମ ଜିଲ୍ଲାସ୍ତରୀୟ ସ୍ବଧୀନତା ଦିବସ ଅବସରରେ ସ୍ଥାନୀୟ ସ୍ବୟଂଶାସିତ ମହାବିଦ୍ୟାଳୟ ନିକଟସ୍ଥ ଯତ୍ରା ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦକ ଗ୍ରହଣ କରି ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି।
ସେ ସୁନ୍ଦରଗଡ଼ର ଆରାଧ୍ୟା ଦେବୀ ମା ସମଲେଶ୍ବରୀ ଓ ସ୍ବାଧୀନତା ସଂଗ୍ରାମୀ ଗଗନ ତନ୍ତୀ, ନିର୍ମଳ ମୁଣ୍ଡା ଓ ବୀର ବିର୍ସା ମୁଣ୍ଡା, ଦ୍ବାରିକାନାଥ କୁସୁମଙ୍କୁ ନମନ ଜଣାଇ ସେ ବନ୍ଦେ ମାତରଂ ଧ୍ବନୀ ସହ ଦେଶର ବିକାଶ ଦ୍ରୁତଗତିରେ ଆଗଉଥିବା ପ୍ରକାଶ କରିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପରେ ଆସ୍ଥାଗୃହ, ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା କାରାଗାର ସମେତ ଭବାନୀପୁର ସ୍କୁଲପଡ଼ା ଅଙ୍ଗନବାଡ଼ି ଶିଶୁଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହାପରେ ସେ ବାଲିଶଙ୍କରା ବ୍ଲକ୍ ଘୋଘରକୁ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ବିଭିନ୍ନ ଉପକରଣ ବଣ୍ଟନ କରିବା ପରେ କନାକୁଣ୍ଡ ପରିଦର୍ଶନ କରିଥିଲେ।
