ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ): ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର। ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ପାଖରେ ରହିଥିଲା। ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରି କେନ୍ଦ୍ରକୁ ପଠାଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନେବେ ପରବର୍ତ୍ତି ନିଷ୍ପତ୍ତି। ତିନି ଦିନ ପୂର୍ବରୁ ପଠାଯାଇଛି ଇସ୍ତଫା ପତ୍ର ରିପୋର୍ଟ। ଗତ ଜୁଲାଇ ୫ରେ ରାଜ୍ୟ ସରକାରଙ୍କ ନିକଟରେ ଆଇପିଏସ୍ ଅଫିସର ଜଗମୋହନ ମୀନା ଦାଖଲ କରିଥିଲେ ଇସ୍ତଫା ପତ୍ର। ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ଜଗମୋହନ ମୀନା।
