ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାଇ ଭାରତର, ଭଉଣୀ ପାକିସ୍ତାନର। ଗତ ୩୧ ବର୍ଷ ହେଲା ବାନ୍ଧୁଛନ୍ତି ରାଖି। ପ୍ରଧାନମନ୍ତ୍ରୀଙ୍କ ପାଇଁ ପାକିସ୍ତାନକୁ ଆସେ ସ୍ପେଶାଲ ରାଖି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ପାକିସ୍ତାନରୁ ଆସିଛି ରାଖି। ଆଜି ରାଖୀ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ପାକିସ୍ତାନର କମର ଜାହା ରାଖୀ ପଠାଇଛନ୍ତି। ପ୍ରତିବର୍ଷ ଏହି ମହିଳା ଜଣଙ୍କ ମୋଦିଙ୍କ ପାଇଁ ରାଖୀ ପଠାଇଥାନ୍ତି। ରକ୍ତ ସମ୍ପର୍କ ନ ଥିଲେ ମଧ୍ୟ ସ୍ନେହ ସରାଗ ସେ ଭାଇ, ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ରାଖୀ ପଠାଇଥାନ୍ତି। କମର ହେଉଛନ୍ତି ଜଣେ ପାକିସ୍ତାନୀ ବଂଶୋଦ୍ଭବ ମହିଳା, ଯିଏ ଭାରତରେ ବିବାହ କରି ରୁହନ୍ତି।
