ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ଅନେକ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ସ୍କାମ୍ ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବାସଭବନରେ ସିବିଆଇ ଶୁକ୍ରବାର ଚଢ଼ାଉ କରିଥିଲା। ତେବେ ଚଢ଼ାଉର କିଛି ଘଣ୍ଟା ପରେ ଶୁକ୍ରବାର ୧୨ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି। ଦିଲ୍ଲୀ ସରକାରଙ୍କ ସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ବଦଳି ଆଦେଶ ପରେ ଏହି ସୂଚନା ଦିଆଯାଇଛି।ଯେଉଁମାନଙ୍କର ବଦଳି କରାଯାଇଛି, ସେମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଉଦିତ ପ୍ରକାଶ ରାୟ ବି ସାମିଲ ଅଛନ୍ତି।
ସୂଚନାଯୋଗ୍ୟ ଯେ, ଦୁର୍ନୀତି ମାମଲାରେ ଆଇଏଏସ ଉଦିତ ପ୍ରକାଶ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲ୍ଜି) ବିନୟ କୁମାର ସକ୍ସେନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିଶ କରିଥିଲେ। ଏହାପରେ ଏହି ଅଧିକାରୀ ମାନଙ୍କର ବଦଳି କରାଯାଇଛି।
