ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନାମରେ ଅଭିଯୋଗ ହୋଇଛି କିନ୍ତୁ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେଜ୍ରିୱାଲ: ଅନୁରାଗ ଠାକୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଶନିବାର ବିଜେପି ନେତା ଅନୁରାଗ ଠାକୁର ପ୍ରେସମିଟ କରିଛନ୍ତି । ପ୍ରେସମିଟରେ ସେ ଆପ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନୁରାଗ କହିଛନ୍ତି, ସିସୋଦିଆଙ୍କ ନାମରେ ଅଭିଯୋଗ ହୋଇଛି କିନ୍ତୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଯଦି ଅବକାରୀ ନୀତି ଠିକ ହୋଇଥାନ୍ତା ଆପଣ ତାକୁ କାହିଁକି ଫେରାଇ ନେଲେ? ସେ ଆହୁରି ମଧ୍ୟ କହିଛନ୍ତି, ମନୀଷ ସିସୋଦିଆ ଏବଂ ଅରବିନ୍ଦ କେଜରିୱାଲ ଅବକାରୀ ନୀତିରେ ଦୁର୍ନୀତି ହେଉଥିବା ଜଣାପଡିବା ପରେ ଏହାକୁ ଫେରାଇ ନେଇଥିଲେ । ଅନୁରାଗ ଠାକୁର କହିଛନ୍ତି, ଯଦି ଉତ୍ପାଦନ କରୁଥିବା କମ୍ପାନୀକୁ ରିଟେଲ କରିବା ଅନୁମତି ନଥିଲା ତେବେ କାହିଁକି ଏହି ନୀତିରେ ଅନୁମତି ଦିଆଯାଇଥିଲା? କାହିଁକି ବିଭିନ୍ନ କମ୍ପାନୀଙ୍କୁ ଠିକା ଦିଆଯାଇଥିଲା? କଳାତାଲିକା ଭୁକ୍ତ କମ୍ପାନୀଙ୍କୁ ଠିକା ଦିଆଯାଇଛି ନା ନାହିଁ ? ଆପର ଏହି ସରକାର ରେବଡି ସରକାର ନୁହେଁ ବେବଡି ସରକାର ବୋଲି ଆକ୍ଷେପ କରିଛନ୍ତି ଅନୁରାଗ । କେବଳ ଏତିକି ନୁହେଁ ସେ ମନୀଷ ସିସୋଦିଆଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମନିଶ ନିଜର ନାମକ ସ୍ପେଲିଙ୍ଗ ବଦଳାଇଛନ୍ତି । ବର୍ତ୍ତମାନ ତାଙ୍କ ନାଁ ‘ମନି ଷ’ MONEY SHH ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଦୀର୍ଘ ୧୪ ଘଣ୍ଟା ଧରି ଚଢ଼ାଉ କରିଥିଲା। ତେବେ ଏହି ଚଢାଉ ପରେ ଆପ ଓ ବିଜେପି ମଧ୍ୟରେ ବୟାନ ବାଜି ଓ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

Related Posts