ଜଟିଆ ପାହାଡ଼ରୁ ଖସିଲା ପଥର: ୧୭ ଆହତ

(ସତ୍ୟପାଠ ବ୍ୟୁରୋ) ରାଉରକେଲା: ମହାଶିବରାତ୍ରୀ ଅଘଟଣ । ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ଜଟିଆ ପାହାଡ଼ରୁ ଖସିଲା ପଥର । ୧୭ ଜଣ ଶ୍ରଦ୍ଧାଳୁ ଆହତ । ସେମାନଙ୍କ ମଧ୍ୟରୁ ୧୦ ଜଣ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି । ପଥର ଖସିଥିବା ସ୍ଥାନରେ ଆଉ କିଛି ଲୋକ ଫସି ରହିଥିବା ସୂଚନା ମିଳିଛି। ପୋଲିସ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହା ସହିତ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

 

Related Posts