ପର୍ସ ଦେବାକୁ ଗଲେ 200 କିଲୋମିଟର ସିକ୍ୟୁରିଟି ଗାର୍ଡ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର):- ପ୍ରତି ମୁହୁର୍ତ୍ତରେ ଗୋଟିଏ ମଣିଷ ଆଉ ଗୋଟିଏ ମଣିଷକୁ ଅସୁବିଧାରେ ପକାଇ ତାର ସମ୍ପତ୍ତିକୁ ଲୁଟ କରି ଆନନ୍ଦ ପାଇବାକୁ ବ୍ୟଗ୍ର ଥିବା ବେଳେ କିଛି ଏଭଳି ମଣିଷ ଏ ଦୁନିଆରେ ଅଛନ୍ତି ଯାହାଙ୍କ ଭିତରେ ଦୟା ଭଲ ପାଇବା ପର ସମ୍ପତ୍ତିକୁ ଦେଖି  ଲୋଭ ପରିବର୍ତ୍ତେ ହଜି ଯାଇଥିବା ମୁଲ୍ୟବାନ ବସ୍ତୁକୁ ନେଇ ଘରେ ଫେରାଇବାର ନଜିର ମଧ୍ୟ ଅଛି । ଏଭଳି ଏକ ଘଟଣା ଗତ ମଙ୍ଗଳବାର ରାଜଧାନୀର ଫର୍ଚ୍ଚୁନ ଟାଓ୍ବାର ଅଞ୍ଚଳରେ ଦେଖିବାକୁ ମିଳିଛି । ମୁଦବୀର ଖାଁ ନାମକ ଜଣେ ୩୫ ବର୍ଷିୟ ସିକ୍ୟୁରିଟ ଗାର୍ଡ ରାସ୍ତାରେ ଏକ ପର୍ସକୁ ପାଇ ହଜାଇଥିଵା ବ୍ୟକ୍ତିଙ୍କୁ 200 କିଲୋମିଟର ଅତିକ୍ରମ କରିଛନ୍ତି  । ମୁଦବୀରଙ୍କ ମଣିଷପଣିଆକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

ଘଟଣାଟି ହେଉଛି ଜାମସେଦପୁରରେ ଶିଶୁ ରୋଗ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଥିବା କେନ୍ଦୁଝର ଫକିରପୁର ଅଞ୍ଚଳର ଜ୍ୟୋତିପ୍ରକାଶ ରାମ ନାମକ ଜଣେ ଡାକ୍ତର । କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଫର୍ଚ୍ଚୁନ ଟାଓ୍ବାର ଅଞ୍ଚଳକୁ ଆସିଥିବା ବେଳେ ତାଙ୍କର ଏକ ପର୍ସ ଅନ୍ୟମନସ୍କତା ବଶଃତ ରାସ୍ତାରେ ଖସି ପଡିଥିଲା । ସୌଭାଗ୍ୟ ବଶଃତ ଏହି ପର୍ସଟି ମୁଦବୀରଙ୍କ ନଜରରେ ପଡିଥିଲା । ଏହାକୁ ପାଇବା ପରେ ଲୋଭରେ ପଡି ନିଜେ ପର୍ସରେ ଥିବା ଟଙ୍କା ପଇସାକୁ ନରଖି ଚେଷ୍ଠା କରିଥିଲେ କିଭଳି ଭାବରେ ହଜାଇଥିବା ବ୍ୟକ୍ତି ଜଣକୁ ଫେରାଇବା ପାଇଁ ।

ଶେଷରେ ବହୁ ଚେଷ୍ଠା ପରେ ପର୍ସରେ ଥିବା ଆଧାର କାର୍ଡର ଠିକଣାକୁ ଦେଖି ପହଞ୍ଚି ଥିଲେ ଡାକ୍ତର ଜ୍ୟୋତିପ୍ରକାଶଙ୍କ ପୈତୃକ ଗ୍ରାମ ଫକିରପୁରରେ । ରାତିରେ ଆନନ୍ଦପୁର ବସ୍ ଷ୍ଟାଣ୍ଡରେ ରାତି କଟାଇବା ବେଳେ ଜଣେ ଦୋକାନୀ ଠାରୁ  ଡାକ୍ତରଙ୍କ ଘର ପଚାରି ବୁଝିଥିଲେ । ମୁଦିବରଙ୍କୁ ଗାଁରେ ପାଇ ଡାକ୍ତର ଜ୍ୟୋତିପ୍ରକାଶ ବିଶ୍ବାସ କରିପାରି ନଥିଲେ । ଆଜିର ସମୟରେ ଏଭଳି ସଚ୍ଚୋଟ ମଣିଷ ଏ ଦୁନିଆରେ ଅଛନ୍ତି ବୋଲି ସେ ବିଶ୍ବାସ କରିପାରି ନଥିଲେ । ଖାଁଙ୍କୁ ଧନ୍ୟବାଦ ଦେବା ସହ ଗସ୍ତ ଖର୍ଚ୍ଚ ଯାଚିଲେବି ସେ ଗ୍ରହଣ କରିନଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ଯେତବେଳେ ବ୍ୟକ୍ତିସ୍ବାର୍ଥରେ ବନ୍ଧା ଆଜିର ମଣିଷ ପ୍ରତି ମୁହୁର୍ତ୍ତରେ ଅନ୍ୟକୁ ଲୁଟ କରିବାକୁ ତତ୍ପର ସେତବେଳେ ମୁଦବୀରର ମଣିଷପଣିଆ ଆଜିର ସ୍ବାର୍ଥପର ଦୁନିଆ ପାଇଁ ଏକ ବଡ ଉଦାହରଣ । ଧର୍ମ ଜାତି ବୃତ୍ତିର ଉର୍ଦ୍ଧରେ ଯେ ମଣିଷପଣିଆ ତାହା ଏହି ଘଟଣାରୁ ପୁଣିଥରେ ପ୍ରମାଣିତ ହୋଇଯାଇଛି ।

Related Posts